Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜେଲରୁ ମୁକ୍ତ ହେବେ ୪୭୦ କଏଦୀ, ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଲେ ରାଜ୍ୟ ସରକାର

15/05/2021 at 11:11 AM

କଟକ,୧୫/୦୫: ମୁକ୍ତ ହେବେ କଏଦୀ । ଜାମିନ୍‌ ସତ୍ତ୍ୱେ ରାଜ୍ୟରେ ବିଭିନ୍ନ ଜେଲ୍‌ରୁ ବାହାରି ପାରୁନଥିବା ୪୭୦ କଏଦୀ ଏବେ ମୁକ୍ତ ହେବେ । ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡାଯିବ । ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟ ଏହାର ଷ୍ଟାଟସ୍‌ ରିପୋର୍ଟ ମେ’ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ ଆଦେଶରେ ସ୍ପଷ୍ଟ କରିଛନ୍ତି । କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜେଲ୍‌ରେ ଅନେକ କଏଦୀ ରହୁଛନ୍ତି ଯେଉଁମାନେ ଜାମିନ୍‌ ପାଇବା ସତ୍ତେ୍ୱ ଜେଲ୍‌ରୁ ବାହାରି ପାରୁ ନାହାନ୍ତି । ଏହି କଏଦୀଙ୍କ ନିକଟରେ ବେଲ୍‌ ବଣ୍ଡ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ସେମାନଙ୍କୁ ଜେଲ୍‌ରେ ସଢିବାକୁ ପଡୁଚି । ଏହି କଏଦୀଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ଆମିକସକ୍ୟୁରୀ ଗୌତମ ମିଶ୍ର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହାଇକୋର୍ଟ ରାଜ୍ୟ ଆଇନସେବା ପ୍ରାଧିକରଣକୁ ଏହି କଏଦୀଙ୍କ ପାଇଁ ସହାୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମ୍‌କୋର୍ଟ ମଧ୍ୟ ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ନେଇ ଶ୍ରୀ ମିଶ୍ର ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ଏହା ଉପରେ ଜବାବ ରଖି ରାଜ୍ୟ ସରକାର ଦର୍ଶାଇଥିଲେ ଯେ, ଏହି କଏଦୀଙ୍କ ମୁକ୍ତି ଲାଗି ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏହି କମିଟିର ଅନୁମୋଦନକ୍ରମେ ପ୍ରତ୍ୟେକ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଏହିଭଳି କଏଦୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ ଲାଗି କୁହାଯିବ ।

ଜେଲ୍‌ ସଂସ୍କାରକୁ ନେଇ ହାଇକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ସହ ମିଶି ଅଚାନକ ଜେଲ୍‌ ପରିଦର୍ଶନ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ପରେ ଜେଲ୍‌ର ସ୍ଥିତି, ବନ୍ଦୀଙ୍କ ସ୍ଥିତି, ଜେଲ୍‌ରେ କେତେ କଏଦୀ ରହୁଛନ୍ତି, ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ, ବସ୍ତ୍ର ଏବଂ ମନୋରଞ୍ଜନର ବ୍ୟବସ୍ଥା କ’ଣ ରହିଛି ତାହାର ଏକ ମିଳିତ ରିପୋର୍ଟ ଅଦାଲତଙ୍କ ନିକଟରେ ଦାଖଲ କରିବେ । ଏକ ମେଡିକାଲ ଟିମ୍‌ ମଧ୍ୟ କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜେଲ୍‌ ପରିଦର୍ଶନ କରିବାକୁ ହାଇକୋର୍ଟ ପୂର୍ବ ଶୁଣାଣିରେ ଆଦେଶରେ ସ୍ପଷ୍ଟ କରିଥିଲେ । ଏହି କଏଦୀଙ୍କୁ ଛାଡ କରିବା ମଧ୍ୟ ଏହି ଜେଲ୍‌ ସଂସ୍କାର ଅନ୍ତର୍ଭୁକ୍ତ ।

   Related Posts