Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କିଣିଥିଲେ ୨୬ ହଜାର୫୦୦ରେ- ଭୁବନେଶ୍ୱରରେ ଭଙ୍ଗା ଅଟୋ ପାଇଁ ୪୭ ହଜାର ଟଙ୍କା ଜରିମାନା ଦେଲେ ଅଟୋ ଡ୍ରାଇଭର

4/09/2019 at 5:16 PM

ଭୁବନେଶ୍ବର – ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଧିରେ ଧିରେ ସୁଧୁରୁଛି ଟ୍ରାଫିକ ବ୍ୟବସ୍ଥା । ପ୍ରତି ଛକରେ ଏବେ ଟ୍ରାଫିକ ପୋଲିସ କାଟୁଛି ଚାଲାଣ । ଆଉ ତାରି ଭିତରେ ରାସ୍ତାକୁ ଗାଡ଼ି ଧରି ଆସୁଥିବା ଲୋକଟି ମନରେ ଏକ ଅଜଣା ଭୟ ଦେଖାଦେଉଛି। ଏହା ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ।

ଭୁବନେଶ୍ବର ଆଚାର୍ଯ୍ୟ ବିହାର ବାଣୀବିହାର ମଝିରେ ଆରଟିଓ ଚେକିଂରେ ଧରାପଡ଼ିଲେ ହରିବନ୍ଧୁ କହଁର। ଆଉ ଚେକିଂ ବେଳେ ଆରଟିଓ କର୍ମଚାରୀ କହଁରଙ୍କୁ ଫାଇନ କରିଛନ୍ତି ୪୭ ହଜାର ଟଙ୍କା । ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ନାଁରେ ପ୍ରଥମ ଅଭିଯୋଗ ଥିଲା ସେ ପେଟେ ମଦ ପିଇଥିଲେ।  । ବ୍ରେଦ୍‌ ଆନାଲାଇଜରରେ ମଦର ପରିମାଣ ଥିଲା ୧୩୦ । ଯାହା ମାତ୍ର ୩୦ ପଏଣ୍ଟ ରହିବା କଥା । ଯେଉଁଥିପାଇଁ ତାଙ୍କୁ ୧୦ ହଜାର ଫାଇନ ହୋଇଥିଲା। ପାଖରେ ନଥିଲା ଡ୍ରାଇଭିଙ୍ଗ ଲାଇସେନ୍ସ ଏଥିପାଇଁ ୫ହଜାର ଟଙ୍କା ଫାଇନ। ଅଟୋର ଫିଟନେସ ନଥିଲା ବାୟୁ ଓ ଶବ୍ଦ ପ୍ରଦୂଷଣ କରୁଥିବାରୁ ୧୦ ହଜାର ଟଙ୍କା , ଗାଡ଼ିର ରେଜିଷ୍ଟ୍ରେସନ କାର୍ଡ ନଥିଲା ଏଥିପାଇଁ ୫ ହଜାର, ଅଟୋର ଇନସୁରାନ୍ସ ନଥିଲା ଏଥିପାଇଁ ୨ ହଜାର ଟଙ୍କା। ଆଉ ଏସବୁକୁ ହିସାବ କରି ଆରଟିଓ କର୍ମଚାରୀ ଅଟୋକୁ ଫାଇନ କରିଥିଲେ ୪୭ ହଜାର । କହଁର କହୁଛନ୍ତି। ତାଙ୍କ ଅଟୋ ଦାମ ଅଟୋ ଦାମ ୨୬ହଜାର ୫ଶହ । ତେଣୁ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ ଅଭିଯୋଗ କରିଥିଲେ। କହିଥିଲେ କେବଳ ଇନସୁରାନ୍ସ କାଗଜକୁ ଛାଡି ବାକି ସବୁ କାଗଜପତ୍ର ଘରେ ରହିଛି ।

ଗତକାଲି ଗୁରୁଗ୍ରାମରେ ସ୍କୁଟି ଚାଳକ ଠାରୁ ୨୩ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ଆଜି ମଧ୍ୟ ସମାନ ଧରଣର ଫାଇନ ଆଦାୟ ସାମ୍ନାକୁ ଆସିଛି। ଆଜି ପୁଣି ଗୁରୁଗ୍ରାମ ରେ ଜଣେ ଅଟୋ ଡ୍ରାଇଭରଙ୍କୁ ୩୭ ହଜାର ଟଙ୍କା ଫାଇନ ହୋଇଛି । ଆଉ ପୋଲିସର କହିବା କଥା ଫାଇନ ଦେବା ଅପେକ୍ଷା ନିୟମ ପାଳନ କରିବା ଉଚିତ।

ଦେଶସାରା ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରଠାରୁ ଏକ ଅଜଣା ଭୟ ଘାରିଛି। କେଉଁ ନିୟମ ଦେଖାଇ କାଳେ ଫାଇନ ଆଦାୟ କରିଦେବେ ସେନେଇ ବାହାରକୁ ବାହାରିବା ବେଳକୁ ଭୟ ଘାରୁଛି। ଏପରିକି ନିୟମ ଉଲ୍ଲଂଘନ କରି କିଛି ସେନା କର୍ମଚାରୀ, ପୋଲିସ ମଧ୍ୟ ଫାଇନ ଗଣିଛନ୍ତି। ସେପଟେ କିନ୍ତୁ ଛୋଟଛୋଟ ପିଲାଙ୍କ ସହିତ ତିନି ଜଣ ଯାଉଥିବା ବ୍ୟକ୍ତିମାନଙ୍କୁ ଫାଇନ କରିବା ନିୟମସଙ୍ଗତ ନୁହେଁ ବୋଲି କିଛି ଚାଳକ କହିଛନ୍ତି।

ନୂଆ ଟ୍ରାଫିକ ନିୟମ ହେବା ପରଠାରୁ ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଛି ଲୋକେ ଖୁବ ସଚେତନ ହୋଇଛନ୍ତି। କିନ୍ତୁ ଦଣ୍ଡ ପରିମାଣ ଅତ୍ୟଧିକ ହୋଇଯାଇଥିବା ସମସ୍ତେ କହୁଛନ୍ତି।  

   Related Posts