ତୃତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ଓଡିଶାରେ ୪୭ ପ୍ରତିଶତ ଭୋଟିଂ

Published By : Prameya-News7 Bureau | April 23, 2019 IST

ଭୁବନେଶ୍ବର ୨୩|୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦେଶରେ ଦିନ ୩ଟା ସୁଦ୍ଧା ୪୮.୨୮ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୪୭ ପ୍ରତିଶତ ମତଦାନ ହୋଇଛି । ସମ୍ବଲପୁରରେ ୪୦, କେନ୍ଦୁଝରରେ ୪୨, ଢେଙ୍କାନାଳରେ ୪୪, କଟକରେ ୪୪, ପୁରୀରେ ୪୮ ଏବଂ ଭୁବନେଶ୍ବରରେ ୩୫ ପ୍ରତିଶତ ମତଦାନ ହୋଇଛି ।

ଦିନ ୧ଟା ସୁଦ୍ଧା ଦେଶରେ ୩୭.୯୨ ପ୍ରତିଶତ ମତଦାନ ହୋଇଥିଲା । ସେହିଭଳି ଓଡିଶାରେ ଦିନ ୧ଟା ସୁଦ୍ଧା ୩୪ ପ୍ରତିଶତ ମତଦାନ ହୋଇଥିଲା ।

ଦିନ ୧୧ଟା ସୁଦ୍ଧା ଓଡିଶାରେ ୧୮.୫୮ପ୍ରତିଶତ ମତଦାନ ହୋଇଥିଲା । କଟକରେ ୧୮.୪୮, ପୁରୀରେ ୧୭.୫୮, ଭୁବନେଶ୍ବର ୮.୬୮ପ୍ରତିଶତ ମତଦାନ ହୋଇଥିଲା । ସକାଳ ୯ଟା ସୁଦ୍ଧା ୬ପ୍ରତିଶତ ମତଦାନ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.