ଗଞ୍ଜାମ ଜିଲାରେ ୪୭.୮୨ ମିମି ହାରରେ ବର୍ଷା, ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ, ବୁଡ଼ି ରହିଛି ଧାନ ଫସଲ

Published By : Prameya-News7 Bureau | December 05, 2021 IST

ଖଲ୍ଲିକୋଟ ୫/୧୨: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ଏବେ ନିକଟତର ହେଉଛି । ବାତ୍ୟା ଟଳି ଯାଇଥିଲେ ବି ଅବପାତ ପ୍ରଭାବରେ ଗତକାଲି ଠାରୁ ଗଞ୍ଜାମ ଜିଲ୍ଲାରେ ଲଗଣା ବର୍ଷା ଜାରି ରହିଛି । ଜିଲ୍ଲାରେ ୪୭.୮୨ ମିମି ହାରରେ ବର୍ଷା ହୋଇଥିବା ବେଳେ ଖଲ୍ଲିକୋଟ ବ୍ଲକରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଛତ୍ରପୁରରେ ଦ୍ୱିତୀୟ ସର୍ବାଧିକ ୮୬.୬ ମିମି ବର୍ଷା, ଗଞ୍ଜାମ ୬୮ ମିମି , ପୁରୁଷୋତ୍ତମପୁର ୬୨, କବିସୂର୍ଯ୍ୟନଗର ୩୭, ପୋଲସରା ୭୧.୮, କୋଦଳା ୭୧.୪, ହିଞ୍ଜିଳି ୫୬, ରଙ୍ଗେଇଲୁ ୫୧.୨, କୁକୁଡାଖି ୩୧, ଚିକିଟି ୨୯.୬, ପାତ୍ରପୁର ୨୪.୨, ସାନଖେମୁଣ୍ଡି ୩୬, ଦିଗପହି ୫୮, ବେଲଗୁଣ୍ଠା ୧୨.୭, ଜଗନ୍ନାଥପ୍ରସାଦ ୯.୪, ବୁଗୁଡା ୪୨, ଆସିକା ୩୪.୨, ଧରାକୋଟ ୩୮, ଶେରଗଡ ୪୦, ସୋରଡା ୨୯ ମିମି ଓ ସର୍ବନିମ୍ନ ଭଞ୍ଜନଗର ବ୍ଲକରେ ୬ ମିମି ବର୍ଷା ରେକର୍ଡ କରାଯାଇଛି ।

ଏହି ବର୍ଷା ଯୋଗୁଁ ମୁଖ୍ୟତଃ ଫସଲରେ ପାଣି ଜମି ରହିଥିବାରୁ ବହୁ ମାତ୍ରରେ ଧାନ ଫସଲ ସମେତ ବିଭିନ୍ନ ପରିବା ଜମିରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଚାଷୀ ଏବେ ଅଧିକ ମାତ୍ରରେ ଭାଙ୍ଗି ପଡିଛି । ଋଣ କରି ଧାନ ଫସଲ କରିଥିବା ବେଳେ ଏବେ ପାଣି ଜମି ରହି ସବୁ ଧାନ ଫସଲ ନଷ୍ଟ ହୋଇଯାଇଛି । ସେମାନଙ୍କୁ ସରକାରୀ ସହାୟତା ସମେତ ବ୍ୟାଙ୍କ ଋଣ ଛାଡ ପାଇଁ ଦାବୀ କରିଛନ୍ତି ଚାଷୀ ।  ଅନ୍ୟପକ୍ଷରେ ଜିଲାପ୍ରଶାସନ ପକ୍ଷରୁ ସମସ୍ତ ତହସିଲାଦର ଓ କୃଷି ବିଭାଗକୁ କ୍ଷତି ଆକଳନ ରିପୋର୍ଟ ଦେବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.