Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନା ହଟ୍ ସ୍ପଟ ଭୁବନେଶ୍ବରରେ ରାପିଡ୍ ଟେଷ୍ଟିଂ ଆରମ୍ଭ , ନମୁନା ସଂଗ୍ରହର ୧୫-୨୦ ମିନିଟ୍‌ରେ ଆସିବ ରିପୋର୍ଟ

19/04/2020 at 12:20 PM

ଭୁବନେଶ୍ୱର ୧୯।୦୪: କରୋନା ହଟ୍ ସ୍ପଟ ଭୁବନେଶ୍ବରରେ ଆରମ୍ଭ ହେଲା ଆଣ୍ଟିବଡି ରାପିଡ୍ ଟେଷ୍ଟ । ଏହାଦ୍ବାରା ନମୁନା ସଂଗ୍ରହର ୧୫ରୁ ୨୦ ମିନିଟ୍ ମଧ୍ୟରେ ରିପୋର୍ଟ ଜଣାପଡିବ । ରାପିଡ୍ ଟେଷ୍ଟ ନମୁନା ପଜିଟିଭ୍ ଆସିଲେ ଆଉଥରେ ସ୍ବାବ୍ ଟେଷ୍ଟ କରାଯିବ । ୭ ଦିନରେ ୫ହଜାର ଟେଷ୍ଟିଂ ପାଇଁ ବିଏମସି ପକ୍ଷରୁ ସ୍ବତନ୍ତ୍ର ଯୋଜନା କରାଯାଇଛି । ରାଜଧାନୀକୁ ହଟସ୍ପଟ ମୁକ୍ତ ଅଂଚଳ କରିବା ପାଇଁ ଜୋରଦାର ଅଭିଯାନ ଜାରି ରହିଛି ।

କରୋନା ଭୂତାଣୁ ଉପରେ ନଜର ରଖିବାକୁ ଏହି ଟେଷ୍ଟ କରାଯାଏ । ଏଥିରେ ରକ୍ତ ନମୁନା ପରୀକ୍ଷା କରାଯାଏ । ମାତ୍ର ୧୫ରୁ ୨୦ ମିନିଟ୍ ଭିତରେ ରିପୋର୍ଟ ଆସିଥାଏ । ଯଦି ନମୁନା ରିପୋର୍ଟ ପଜିଟିଭ୍ ଆସେ, ତେବେ ପୁଣି ଥରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା ହେବା ପାଇଁ ଯାଇଥାଏ । ସେହିପରି ଭୁବନେଶ୍ୱରରେ ମାସ୍ ସାମ୍ପୁଲ ଟେଷ୍ଟ ବି ଚାଲିଛି । ବିଏମସି ପକ୍ଷରୁ ୩ଟି ଜୋନ ବିଏମସି ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ସାଉଥ ଇଷ୍ଟ ଜୋନ୍ ରେ ସାମ୍ପଲ ସଂଗ୍ରହ କରାଯାଉଛି । ଏଥିପାଇଁ ୧୩ ଟି ଟିମ ଗଠନ କରି ନମୁନା ସଂଗ୍ରହ ଅଭିଯାନ ଜାରି ରହିଛି । ତେବେ ରାଜ୍ୟରେ କରୋନା ଚିହ୍ନଟ ଜିଲ୍ଲା ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା  ୮ ହଜାର ୬୧୯ ଜଣଙ୍କର ସାମ୍ପଲ ପରୀକ୍ଷା କରାଯାଇଛି । ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ୨୪ ଜଣ ଡାକ୍ତରଖାନାରୁ ଫେରିଥିବା ବେଳେ, ୩୬ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । 

   Related Posts