Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜଧାନୀରେ ଉପରମୁହାଁ କରୋନା ଗ୍ରାଫ, ଆଜି ଚିହ୍ନଟ ହେଲେ ୪୬୮ ପଜିଟିଭ୍, ସୁସ୍ଥ ହେଲେ ଏତିକି ରୋଗୀ

19/04/2021 at 6:56 PM

ଭୁବନେଶ୍ଵର ୧୯।୦୪: ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟ ସହ ତାଳ ଦେଇ ରାଜଧାନୀ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଭୁବନେଶ୍ଵରରୁ ୪୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ଅଧିକ ରହିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୧୪୭କୁ ବୃଦ୍ଧି ଘଟିଛି। ଅନ୍ୟପକ୍ଷେ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁନବେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ ଯୋଗେ ସୋମବାର ଏହାର ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ୪୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ କେସ୍ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ କେସ୍ ସଂଖ୍ୟା ୩୮୬ ରହିଛି। ଅର୍ଥାତ ସ୍ଥାନୀୟ ସଂକ୍ରମଣ ଏବେ ବିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନୟାପଲ୍ଲୀରୁ  ସର୍ବାଧିକ ୩୩ ଜଣ କୋଭିଡ୍-୧୯ ଚିହ୍ନଟ ହୋଇଥିବା ବେଳେ ବମିଖାଲରୁ ୨୨, ପୁରୁଣା ଭୁବନେଶ୍ଵରରୁ ୧୮, ସୁନ୍ଦରପଦା ଅଞ୍ଚଳରୁ ୧୭, ପଟିଆରୁ ୧୫, ଖଣ୍ଡଗିରିରୁ ୧୪, ପୋଖରୀପୁଟରୁ ୧୪ ଓ ରସୁଲଗଡରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜଧାନୀ ମହାନଗର ନିଗମରେ ଏ ପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୧୪୭ ରହିଥିବା ବେଳେ ସକ୍ରିୟ କେସ୍ ସଂଖ୍ୟା ୨,୮୨୭ ରହିଛି। ଆଜିର ୧୨୩କୁ ମିଶାଇ ମୋଟ୍ ୩୩,୦୦୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୦ ଛୁଇଁଛି।

   Related Posts