୨୮ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର : ସ୍କୁଲ ଛାତ୍ରୀଙ୍କୁ ସାନିଟାରି ପ୍ୟାଡ ଦେବା ଲାଗି ଖୁସି ଯୋଜନାକୁ ୪୬୬ କୋଟି ଟଙ୍କାର ମଞ୍ଜୁରୀ

Published By : Prameya-News7 Bureau | February 23, 2019 IST

ଭୁବନେଶ୍ବର ୨୩/୨: ୨୮ଟି  ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର। ସ୍କୁଲ ଛାତ୍ରୀଙ୍କୁ ସାନିଟାରି ପ୍ୟାଡ ଦେବା ଲାଗି ଉଦ୍ଦିଷ୍ଟ ଖୁସି ଯୋଜନା ପାଇଁ ୪୬୬ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ଏଥିରେ ୧୭ ଲକ୍ଷ ୩୨ ହଜାର ଛାତ୍ରୀ ଉପକୃତ ହେବେ। ୧୧୪ ଟି ପୌର ସଂସ୍ଥା ଓ ଏନଏସିରେ ଆହାର କେନ୍ଦ୍ର ଖୋଲିବା ନିମନ୍ତେ ଆବଶ୍ୟକ ୬୨ କୋଟି ଟଙ୍କା  ମଞ୍ଜୁରୀ ମିଳିଛି।  ୧୪୫ଟି ଏବିଡିଓ ପଦବୀ ପୂରଣ ହେବ ଏବଂ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କୁ  ଏବିଡିଓ ପଦୋନ୍ନତି ମିଳିବ ।

{"id":87766,"width":600,"height":450}

ବୌଦ୍ଧ ଓ କଣ୍ଟାବାଞ୍ଝିରେ ପାନୀୟ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି ।ସେହିପରି ମୋଟ ୨ ହଜାର ୭୩୦ ଜଣ ଅସ୍ଥାୟୀ ଏବଂ ଚୁକ୍ତି ଭିତ୍ତିକ ବହମୂଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ଥାୟୀ ଓ ନିୟମିତ କରିବା ପାଇଁ ପଦକ୍ଷେପ ନିଆଯାଇଛି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.