ଦେଶରେ ପୁଣି ବଢୁଛି ସଂକ୍ରମଣ : ଗତ ୨୪ଘଣ୍ଟାରେ ୪୬୨୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୮୪ଲକ୍ଷରୁ ଅଧିକ

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧।୧୧: ଦେଶରେ କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୪୬,୨୩୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ୯୦ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସେପଟେ ଆଶ୍ୱସ୍ତିକର ଖବର ହେଉଛି ଯେ, ଦେଶରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୫ଲକ୍ଷ ତଳେ ରହିଛି । ସେହିପରି ଦେଶରେ ସଂକ୍ରମଣମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୮୪ଲକ୍ଷରୁ ଅଧିକ ରହିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସରେ ୪୬,୨୩୨ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୪ଜଣଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୦,୫୦,୫୯୮ଜଣ କରୋନା ସଂକ୍ରମିତ ହୋଇସାରିଲେଣି । ଦେଶରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୭୮,୧୨୪ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୯,୭୧୪ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ତେବେ ଦେଶରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍ ୪,୩୯,୭୪୭ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧,୩୨,୭୨୬ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ଦେଶରେ ୨୦ ନଭେମ୍ବର ପର୍ଯ୍ୟନ୍ତ ୧୩,୦୬,୫୭,୮୦୮ଟି ସାମ୍ପୁଲ ଯାଞ୍ଚ କରାଯାଇଛି । ଦେଖିବାକୁ ଗଲେ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.