ଆପଣଙ୍କ ଘରର ଛାତରେ ଲଗାନ୍ତୁ ସୋଲାର ପ୍ୟାନେଲ୍ : ବାର୍ଷିକ ୪୬,୦୦୦ଟଙ୍କା ଯାଏଁ ବଞ୍ଚିବ ବିଜୁଳି ବିଲ୍

Published By : Prameya-News7 Bureau | June 19, 2019 IST

ନୂଆଦିଲ୍ଲୀ ୧୯/୬: ଏବେ ଖୁବ୍ ଶୀଘ୍ର ଦିଲ୍ଲୀରେ ରହୁଥିବା ଲୋକଙ୍କୁ ସୈାର ଶକ୍ତି ଦ୍ବାରା ଉତ୍ପନ୍ନ ହେଉଥିବା ବିଜୁଳି ସପ୍ଲାଏ ହେବ। ଦିଲ୍ଲୀ ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ ନିକଟରେ ଗ୍ରୃପ୍ ନେଟ୍ ମିଟରିଙ୍ଗ୍ ଏବଂ ଭାର୍ଚୁଆଲ ନେଟ୍ ମିଟରିଙ୍ଗ୍ ଫ୍ରେମଓ୍ବାର୍କକୁ ଏହି ବିଷୟରେ ନୋଟିସ୍ ଦିଆଯାଇଛି।

ଡିଇଆରସିର ଏହି ପଦକ୍ଷେପରେ ହଜାର ହଜାର ଆରଡବ୍ଲୁଏ,ଘର ଏବଂ କୋଅପରେଟିଭ ଗ୍ରୃପ ହାଉସିଙ୍ଗ୍ ସୋସାଇଟିସକୁ ଶସ୍ତା ଦାମରେ ବିଜୁଳି ମିଳିବ। ଯଦି ଆପଣ ଚାହିଁବେ ତେବେ ଅତ୍ୟନ୍ତ ସହଜରେ ନିଜ ଘର ଛାତରେ ସୋଲାର ପ୍ୟାନେଲ୍ ଲଗାଇପାରିବେ। ଏହାଦ୍ବାରା କେବଳ ଆପଣଙ୍କ ବିଜୁଳି ବିଲ୍ କମ୍ ହେବ ନାହିଁ ବରଂ କିଛି ବର୍ଷ ମଧ୍ୟରେ ସୋଲାର ପ୍ୟାନେଲ ମୂଲ୍ୟ ଖସି ଆସିବ,ଯାହା ଦ୍ବାରା ଆପଣଙ୍କ ବିଜୁଳି ଅପଚୟ ହ୍ରାସ ପାଇବ।

ଏହି ଯୋଜନା ଅନୁସାରେ ଗୋଟିଏ ସ୍ଥାନରେ ସୋଲାର ପ୍ଲାଣ୍ଟ ଲଗାଯିବ ଏବଂ ସରପ୍ଲସ୍ ଏନର୍ଜିକୁ ପୁଣି ଥରେ ଗ୍ରିଡରେ ପଠାଯିବ। ଏହି ଗ୍ରୀଡ ସହ ଜଡ଼ିତ ଥିବା ସମସ୍ତ ମିଟରର ବିଲରେ ଏହି ଏନର୍ଜିକୁ ଆଡଜଷ୍ଟ କରି ଦିଆଯିବ। ଏହା ଦ୍ବାରା ଲୋକଙ୍କ ବିଜୁଳି ବିଲ୍ କମ୍ ହୋଇଯିବ।

ଆପଣ ମଧ୍ୟ ନିଜ ଘରେ ଏହିଭଳି ସୋଲାର ପ୍ୟାନେଲ୍ ଲଗାଇପାରିବେ।

wp:list
  • ଛାତରେ ସୋଲାର ପ୍ୟାନେଲ୍ ଲଗାଉଥିବା କମ୍ପାନୀ କିମ୍ବା ପାଓ୍ବାର ଡିକ୍ସାମ୍ ସହ ସମ୍ପର୍କ କରନ୍ତୁ ଯିଏ ଆପଣଙ୍କୁ ଯେକୈାଣସି ଭେଣ୍ଡରଙ୍କ ସହ ଯୋଡ଼ିବେ।
  • ନିଜ ଡିକ୍ସାମ୍ କିମ୍ବା ଭେଣ୍ଡରଙ୍କୁ ନିଜ ବିଜୁଳି ବିଲର ଲାଟେଷ୍ଟ କପି ଦିଅନ୍ତୁ ଯାହା ଫଳରେ ଆକଳନ କରି ଜଣା ପଡ଼ିପାରିବ କେତେ କ୍ଷମତା ବିଶିଷ୍ଟ ସୋଲାର ପ୍ୟାନେଲ୍ ଲଗାଯିବ।
  • ୧୦୦୦ଟଙ୍କାର ନନ ରିଫଣ୍ଡେବଲ୍ ଫିସ୍ ଭରନ୍ତୁ।
  • ଏହାପରେ ସାଇଡ ଇନସ୍ପେକ୍ସନ ଏବଂ ଟେଷ୍ଟ ରନ୍ କରାଯିବ।
  • ଯଦି ଆପଣ ୧କିଲୋଓ୍ବାଟର ସୋଲାର ପ୍ୟାନେଲ୍ ଲଗାଇବେ ତେବେ ଆପଣଙ୍କୁ ଏଥିପାଇଁ ୭୦,୦୦୦ଟଙ୍କା ଦେବାକୁ ପଡ଼ିବ।
  • ୫କିଲୋ ଓ୍ବାଟର ପ୍ୟାନେଲ୍ ପାଇଁ ୩.୫ଲକ୍ଷ ଟଙ୍କା।
  • ୧୦୦କିଲୋ ଓ୍ବାଟ୍ ପ୍ୟାନେଲ ପାଇଁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
  • ଖାସ୍ କଥା ହେଉଛି ଏହା ଯେ ନିଜ ଘରେ ସୋଲାର ପ୍ୟାନେଲ୍ ଲଗାଇଲେ ମୋଟ ଖର୍ଚ୍ଚରେ ସରକାରଙ୍କ ତରଫରୁ ୩୦ପ୍ରତିଶତ ସବସିଡି ଦିଆଯାଇଥାଏ।
  •   
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.