Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୨୪ ଘଣ୍ଟାରେ ରାଜଧାନୀରେ ଚିହ୍ନଟ ହେଲେ ୪୬, ଆରୋଗ୍ୟ ହୋଇ ଘରକୁ ଫେରିଲେ ୬୮

21/11/2020 at 4:38 PM

ଭୁବନେଶ୍ଵର ୨୧।୧୧: ଓଡିଶା ସମେତ କରୋନାର ହଟ୍‌ସ୍ପଟ୍ ପାଲଟିଥିବା ରାଜଧାନୀ ଭୁବେନଶ୍ଵରରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଯେଉଁଠି ଦୈନିକ ଶତାଧିକ ସଂଖ୍ୟାରେ ନୂତନ ସଂକ୍ରମିତ  ଚିହ୍ନଟ ହେଉଥିଲେ ଏବେ ସେଠାରେ ଗତ କିଛି ଦିନ ହେବ ୫୦ରୁ କମ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ସୁସ୍ଥ ସଂଖ୍ୟା ଅଧିକ ଥିବାରୁ ସକ୍ରିୟ କେସ୍ ସଂଖ୍ୟା କମିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜଧାନୀରେ ଆଉ ୪୬ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ୪୬ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦ ଜଣ ଠାବ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩୬ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ କରୋନା ରୋଗୀ ସଂଖ୍ୟା ୩୦,୪୧୮ବୃଦ୍ଧି ଘଟିଛି। ୬୮ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୨୯,୬୦୩ରେ ପହଞ୍ଚିଛି। ଆଜି କରୋନାରେ ଜଣଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ଵରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୧ରେ ପହଞ୍ଚିଛି। ଅନ୍ୟପଟେ ଆକ୍ଟିଭ୍ କେସ୍ ସଂଖ୍ୟା ୫୯୨କୁ ହ୍ରାସ ଘଟିଛି।

   Related Posts