ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀ; ବାଟରେ ଗଲାଣି ୪୮ ଜଣଙ୍କ ଜୀବନ, କେବଳ ହୃଦଘାତରେ ୪୬ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ: ମେ ୩ ତାରିଖ ଠାରୁ ଉତ୍ତରାଖଣ୍ଡରୁ ୪ ଧାମ ଯାତ୍ରା ଆରମ୍ଭ ହୋଇଛି। ହେଲେ ଚାରିଧାମ ଯାତ୍ରା କରୁଥିବା ଭକ୍ତମାନଙ୍କୁ ନେଇ ଯେଉଁ ରିପୋର୍ଟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣ୍ୟ ଅର୍ଜନ ପାଇଁ ଈଶ୍ୱରେ ଦର୍ଶନରେ ବାହିରିଥିବା ଯାତ୍ରୀଙ୍କ ମଝି ରାସ୍ତାରେ ମୃତ୍ୟୁ ହୋଇଛି। ପାଖାପାଖି ୪୮ ଯାତ୍ରୀଙ୍କର ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ମୃତ ୪୮ ଜଣଙ୍କ ମଧ୍ୟରୁ ୪୬ ଜଣଙ୍କର ହୃଦ୍‌ଘାତ ଓ ହଦ୍‌ଜନିତ ସମସ୍ୟାରେ ମୃତ୍ୟୁ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଉଚ୍ଚରକ୍ତ ଚାପ, ହୃଦଘାତ, ପାହାଡ଼ ଚଢ଼ିଲେ ସୃଷ୍ଟି ହେଉଥିବା ରୋଗ ଆଦିରେ ଭକ୍ତର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ ଚାରିଧାମ ଯାତ୍ରା ପାଇଁ ହେଉଥିବା ପଞ୍ଜିକରଣ ସମୟକୁ ଶୁକ୍ରବାର ଏକ ମାସରୁ ଏକ ସପ୍ତାହକୁ କମାଇ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର। ଯାତ୍ରାମାର୍ଗର ୨୦ ସ୍ଥାନରେ ଏଥିପାଇଁ ପଞ୍ଜିକରଣ କରାଯାଉଛି ବୋଲି ଉତ୍ତରାଖଣ୍ଡ ଟୁରିଜିମ୍ ସଚିବ ସୂଚନା ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.