୪୬% ଲୋକ ବିଶ୍ବାସ କରୁଛନ୍ତି ‘କରୋନା’ ମହାମାରୀ ପ୍ରକୃତିର ଏକ ବାର୍ତ୍ତା : ସର୍ଭେ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୩: ସାରା ବିଶ୍ବରେ ନୋଭେଲ କରୋନା ଭାଇରସ୍ (COVID-19) ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଏଥି ଯୋଗୁଁ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଡି ଚାଲିଛି । ଫଳରେ ପ୍ରାୟ ୪୬% ଲୋକ ବିଶ୍ବାସ କରୁଛନ୍ତି ଯେ, ଏହି ଭାଇରସ୍ ସଂକ୍ରମଣ ବୃଦ୍ଧି ଲୋକମାନଙ୍କ ପାଇଁ ପ୍ରକୃତିର ଏକ ବାର୍ତ୍ତା ଅଟେ । ସୋମବାର ଏକ ସର୍ଭେରେ ଏହା ପ୍ରକାଶ ପାଇଛି ।

ମାର୍ଚ୍ଚ ୨୬ ଏବଂ ୨୭ରେ IANS C-Voter Gallup International Association Corona Tracker ଦ୍ବାରା କରାଯାଇଥିବା ଏକ ସର୍ଭେରେ ଏହା ପ୍ରକାଶ ପାଇଛି । ସର୍ଭେରେ ସାମିଲ୍ ହୋଇଥିବା ଲୋକମାନଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, କଣ ଆପଣ ଭାବୁଛନ୍ତି ଏପରି ବାବେ ଭାଇରସ୍ ବ୍ୟାପିବା ଏବଂ ସମଗ୍ର ବ୍ୟବସ୍ଥା ଅସ୍ଥିର ହୋଇଯିବା ପ୍ରକୃତି ତରଫରୁ ଏକ ପ୍ରକାର ବାର୍ତ୍ତା ?

ଏହି ସର୍ଭେରେ ୪୬.୭% ଲୋକ ଏହା ପ୍ରକୃତିର ଏକ ପ୍ରକାର ବାର୍ତ୍ତା ବୋଲି ଭାବୁଥିବା ବେଳେ ୩୦.୬% ଲୋକ ଏହି ସ୍ବାସ୍ଥ୍ୟ ସଙ୍କଟକୁ ପ୍ରକୃତିର ବାର୍ତ୍ତା ବୋଲି ଖଣ୍ଡନ କରିଥିଲେ । ପ୍ରାୟ ୨୨.୭% ଲୋକ କହିଥିଲେ ଯେ, ସେମାନେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ ଏବଂ ଏହା ପ୍ରକୃତିର ବାର୍ତ୍ତା ବୋଲି ସେମାନେ ଜାଣିନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ପର୍ଯ୍ୟନ୍ତ ସାରା ବିଶ୍ବରେ ମୋଟ୍ ୭,୨୪,୫୯୨ ଜଣ ଏହି ଭାଇରସ୍ ରେ ସଂକ୍ରମିତ ହୋଇଥିବା ବେଳେ ୩୪,୦୧୭ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ୧୫୨୦୭୬ ଲୋକ ସୁସ୍ଥ ହୋଇସାରିଛନ୍ତି । ସେହିପରି ଦେଶରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂକ୍ୟା ୧୦୭୧ ରେ ପହଞ୍ଚିଛି । ଏହି ଭାଇରସ୍ ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୨୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୮ ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.