Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲୋକଙ୍କୁ ମିଳୁନି ଟିକା, ନଷ୍ଟ ହେଲାଣି ୪୬ ଲକ୍ଷ ଡୋଜ

27/04/2021 at 11:04 AM

ନୂଆଦିଲ୍ଲୀ ୨୭।୦୪  : ଦେଶରେ କରୋନା ତାର କରାଳ ରୂପ ଦେଖାଉଛି । କରୋନା ମୁକାବିଲା ପାଇଁ ଟିକାକରଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି ସରକାର । କିନ୍ତୁ ଏସବୁ ଭିତରେ ଏକ ଖବର ଆସିଛି । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଦେଶରେ ବିପୁଳ ପରିମାଣର ଟୀକା ନଷ୍ଟ  ହୋଇଛି ।

ମିଳିଥିବା ତଥ୍ୟ ଅନୁସାରେ , ଭାରତରେ ଟିକାକରଣ ଅଭିଯାନ ଆରମ୍ଭ ହେବା ଦିନ ଠାରୁ ଏପ୍ରିଲ ୧୧ ଯାଏଁ ୪.୬ ନିୟୁତ ଡୋଜ୍‌ ଟିକା ନଷ୍ଟ ହୋଇସାରିଲାଣି । ଦେଶରେ କରୋନା ସଂକଟ ଭୟଙ୍କର ରୂପ ଧାରଣ କରିଥିଲାବେଳେ ଏତେ ମାତ୍ରାରେ ଟିକା ନଷ୍ଟ ହେବା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି । କେନ୍ଦ୍ର ସରକାର ଅଭିଯୋଗ କରିଆସୁଛନ୍ତି ଯେ ରାଜ୍ୟ ସରକାରମାନଙ୍କ ଦ୍ୱାରା ପରିଚାଳନାଗତ ତ୍ରୁଟି ଯୋଗୁ ଏତେମାତ୍ରାରେ ଟିକା ନଷ୍ଟ ହେଉଛି ।

ସୂଚନାଯୋଗ୍ୟ ଯେ, ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୭୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ହଜାର ୩୦୭ରେ ପହଞ୍ଚିଛି। ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୮୮୨୨୦୪। ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ କୋଟି ଅଧିକ ଲୋକ କରୋନା ଟିକା ନେଇସାରିଲେଣି ।

   Related Posts