Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାତିରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ଜୀବନ୍ତ ଜଳିଗଲେ ୪୬, ଅନେକ ଆହତ

14/10/2021 at 5:50 PM

ତାଇପେଇ, ୧୪/୧୦: ଦକ୍ଷିଣ ତାଇୱାନ୍‌ରୁ ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଜଣାପଡ଼ିଛି । ଏକ ଆବସିକ ଭବନରେ ନିଆଁ ଲାଗିଯିବା ଫଳରେ ୪୬ ଜଣ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି । ଏହି ନିଆଁ ଗୁରୁବାର ଭୋରରୁ ଲାଗିଥିଲା ଏବଂ ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି ।

ଅଗ୍ନିଶମ ବିଭାଗର ଆଧିକାରୀକ ସୂଚନାରୁ ଜଣାପଡ଼ିଛି ଯେ, ୧୪ ଷ୍ଟୋରୀ ବିଲ୍ଡିଂରେ ଭୋର ୩ଟାରୁ ନିଆଁ ଧରିଥିଲା । ୫୫ ଜଣ ଲୋକଙ୍କୁ ଏଥିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିବା ବେଳେ ନିଆଁରେ ଆଉ କେହି ଫସି ରହିଥିବା ନେଇ ଖୋଜା ଖୋଜି ଜାରିରହିଛି ।

ଅତିକମରେ ୧୧ ଟି ମୃତଦେହକୁ ସିଧା ଶ୍ମଶାନକୁ ପଠାଯାଇଥିଲା ବୋଲି ଅଗ୍ନିଶମ ମୁଖ୍ୟ ଲି ଚିଙ୍ଗ-ହିସୁ ଘଟଣାସ୍ଥଳରେ ଗଣମାଧ୍ୟମକୁ କହିଛନ୍ତି। ଡାକ୍ତରଖାନା ନିଆଯାଇଥିବା ୫୫ ଜଣଙ୍କ ମଧ୍ୟରେ ୧୪ ଜଣ ବ୍ୟକ୍ତିଙ୍କର ମୃତଦେହ ହିଁ ମିଳିଛି । ତାଇୱାନରେ ମୃତ୍ୟୁର ସରକାରୀ ନିଶ୍ଚିତକରଣ କେବଳ ଡାକ୍ତରଖାନାରେ କରାଯାଇପାରିବ। ଅଗ୍ନିଶମ କର୍ମଚାରୀମାନେ ଅପରାହ୍ନରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାରୁ ମୃତ୍ୟୁ ସଂଖ୍ୟା ୪୦ରୁ ଅଧିକ ହୋଇପାରେ ବୋଲି ଲି କହିଛନ୍ତି ।

   Related Posts