ଆସିକାରେ ୪୫ତମ ରାଜ୍ୟ କନିଷ୍ଠ କବାଡି ପ୍ରତିଯୋଗିତା

Published By : Prameya-News7 Bureau | August 31, 2018 IST

ଗଞ୍ଜାମ ୩୧/୮:ଗଞ୍ଜାମ ଜିଲ୍ଲା ଆସିକା ହରିହର ହାଇସ୍କୁଲ ଖେଳପଡିଆଠାରେ ଆଜି ଠାରୁ ରାଜ୍ୟସ୍ତରୀୟ କନିଷ୍ଠ କବାଡି ପ୍ରତିଯୋଗିତା ଆରମ୍ଭ ହେବ । ଚଳିତ ଅଗଷ୍ଟ ୩୧ତାରିଖରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା  ଚାଲିବ । ଗଞ୍ଜାମ କ୍ରୀଡ଼ା ସଂସଦ ଓ ଆସିକା କ୍ରୀଡ଼ା ସଂସଦର  ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ୪୦ ରୁ ଉର୍ଦ୍ଧ  ଅନୁବନ୍ଧିତ ଜିଲ୍ଲାର ଖେଳାଳୀ ମାନେ ଯୋଗଦେବାର ସୂଚନା ରହିଛି ।  ଚଳିତ ବର୍ଷ ଜାତୀୟ ପ୍ରତିଯୋଗିତା  ପଶ୍ଚିମବଙ୍ଗ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ପ୍ରତିଯୋଗିତାରୁ ଓଡ଼ିଶା କବାଡି ଦଳ ଚୟନ କରାଯିବ ଵୋଲି ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.