ଭୁବନେଶ୍ବର ୨୨।୯: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରାଯାଇଛି ।
ତେବେ ରାଜ୍ୟରେ ୨୪ ଘଣ୍ଟାରେ ୪୫ ହଜାର ୬୭୬ ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୭,୮୯୯ ଆରଟିପିସିଆର ଟେଷ୍ଟ, ୩୭,୬୪୯ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ଆରଏମଆରସିରେ ୧୯୩୧ ଟେଷ୍ଟ, ଆଇଏଲଏସରେ ୬୬୦ ଟେଷ୍ଟ, ଏସସିବିରେ ୨୨୧୦ ଓ କ୍ୟାପିଟାଲ ହସ୍ପିଟାଲରେ ୯୯୮ ଟେଷ୍ଟ କରାଯାଇଛି ।