୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୫,୬୭୪ ନୂତନ ଆକ୍ରାନ୍ତ, ପ୍ରାଣ ହରାଇଲେ ୫୫୯

Published By : Prameya-News7 Bureau | November 08, 2020 IST

ନୂଆଦିଲ୍ଲୀ ୦୮।୧୧: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ। କିଛି ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିଲା। ହେଲେ ପୁଣି ଥରେ ଫଣା ଟେକିଛି କରୋନା। ପାର୍ବଣ ଋତୁ ଆସିବା ମାତ୍ରେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଦୟନୀୟ ହେବାରେ ଲାଗିଛି। ଅନ୍ୟପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ପାର କରିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣର ୪୫ ହଜାର ୬୭୪ ନୂତନ କେସ୍ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୫୫୯ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫, ୦୭, ୭୫୪ରେ ପହଞ୍ଚିଛି।

{"id":358134,"sizeSlug":"large"}

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଅଦ୍ୟାବଧି ୭୮,୬୮, ୯୬୮  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂପ୍ରତି ସକ୍ରିୟ କେସ୍ ସଂଖ୍ୟା ୫ ଲକ୍ଷ ୧୨ ହଜାର ୬୬୫ ରହିଛି। ଗତ ୨୪ ଘଣ୍ଟାରେ ଘଟିଥିବା ମୃତ୍ୟୁ ପରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ ହଜାର ୧୨୧ରେ ପହଞ୍ଚିଛି। ଆଇସିଏମଆର ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୧,୯୪, ୪୮୭ ନମୂନା ଯାଞ୍ଚ କରାଯାଇଛି।

କେବଳ ଭାରତ ନୁହେଁ ପୂରା ଦୁନିଆରେ କରୋନାର ଆତଙ୍କ ଜାରି ରହିଛି। ୟୁରୋପରେ କରୋନାର ଦ୍ଵିତୀୟ ଲହର ଦେଖିବାକୁ ମିଳିଛି। ଦୁନିଆରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୫ କୋଟି ଅତିକ୍ରମ କରିଛି। ଏହି ପରି କରୋନାଜନିତ ମୃତ୍ୟୁ ସଂଖ୍ୟା ୧.୧ କୋଟି ଅତିକ୍ରମ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.