ରାଜ୍ୟରେ କରୋନା ଟେଷ୍ଟିଂ, ୨୪ଘଣ୍ଟାରେ ୪୫ ହଜାର ୩୨୧ ନମୁନା ପରୀକ୍ଷଣ

Published By : Prameya-News7 Bureau | September 23, 2020 IST

ଭୁବନେଶ୍ବର ୨୩।୯: ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । କିପରି ସଂକ୍ରମଣ ଚେନ୍‌କୁ ଭଙ୍ଗାଯିବ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ପାଇଁ ଏବେ ଟେଷ୍ଟିଂର ସଂଖ୍ୟା ବୃଦ୍ଧି କରାଯାଇଛି ।

ତେବେ ରାଜ୍ୟରେ ୨୪ ଘଣ୍ଟାରେ ୪୫ ହଜାର ୩୨୧ ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୮,୫୯୯ ଆରଟିପିସିଆର ଟେଷ୍ଟ, ୩୬,୬୦୭ ଆଣ୍ଟିଜେନ୍ ଟେଷ୍ଟ, ୧୧୫ ଟ୍ରୁନଟ୍ ଟେଷ୍ଟ କରାଯାଇଛି।  ଆରଏମଆରସିରେ ୧,୭୭୫ ଟେଷ୍ଟ, ଏସସିବିରେ ୩୫୪୮, ଏମକେସିଜିରେ ୬୭୭ ଓ କ୍ୟାପିଟାଲ ହସ୍ପିଟାଲରେ ୧୨୪୯ ଟେଷ୍ଟ କରାଯାଇଛି ।

ସେହିଭଳି ଗଞ୍ଜାମ ଜିଲ୍ଲାରେ ୪,୪୪୬,  ମୟୁରଭଞ୍ଜରେ ୪,୩୮୯,  କେନ୍ଦ୍ରାପଡାରେ ୧,୮୦୭, କେନ୍ଦୁଝରରେ ୩,୦୨୩, ବାଲେଶ୍ବରରେ ୧,୫୧୨, କଟକରେ ୧,୨୪୮, ଖୋର୍ଦ୍ଧା ରେ ୮୭୯ ଟେଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.