ଆଜି କୋଭିଡ-୧୯ରୁ ଆରୋଗ୍ୟ ହେଲେ ୪୫୩ ସଂକ୍ରମିତ, ୧୧୦୦୦ ଟପିଲା ସୁସ୍ଥଙ୍କ ସଂଖ୍ୟା

Published By : Prameya-News7 Bureau | July 17, 2020 IST

ଭୁବନେଶ୍ଵର ୧୭।୦୭: ସବୁ ପ୍ରୟାସ ପରେ ରାଜ୍ୟରେ ବାଡ ବନ୍ଧ ମାନୁନାହିଁ କରୋନା ସଂକ୍ରମଣ। ଫଳରେ ରାଜ୍ୟରେ ୪  ଜିଲ୍ଲାରେ ଲକ୍‌ଡାଉନ୍‌ ଆଜି ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି। ଗୋଟିଏ ପଟେ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଅନ୍ୟପଟେ ମଧ୍ୟ ଦୈନିକ ଶହ ଶହ ସଂଖ୍ୟାରେ କରୋନା ରୋଗୀ ସୁସ୍ଥ ହେଉଛନ୍ତି। ଏହି କ୍ରମରେ ଆଜି ୪୫୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୩୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଟ୍ଵିଟ୍‌ ଜରିଆରେ ଏହାର ସୂଚନା ଦିଆଯାଇଛି।  

ବିଭାଗର ସୂଚନା ଅନୁଯାୟୀ ଆଜି ଆଉ ୪୫୩ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ସେଥିରୁ ଗଞ୍ଜାମରୁ ସର୍ବାଧିକ ୨୨୦ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ଵରରୁ ୧୫, ମାଲକାନଗିରିରୁ ୧୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

{"id":301846,"sizeSlug":"large"}
{"id":301847,"sizeSlug":"large"}

ସେହି ପରି ଯାଜପୁରରୁ ୧୦, ଗଜପତିରୁ ୧୦, ଅନୁଗୁଳରୁ ୧୦, କେନ୍ଦ୍ରାପଡାରୁ ୬, କୋରାପୁଟରୁ ୪, କଟକରୁ ୩, ଭଦ୍ରକରୁ ୨, ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ଜଣେ ଲେଖାଏଁ କୋଭିଡ୍-୧୯ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୧୧୩୩୦ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୬୧୧୦ରେ ପହଞ୍ଚିଛି। ଆଜିର ୪୫୩ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୧୧୩୩୦ରେ ପହଞ୍ଚିଛି।  ସେହି ଭଳି ଆଜି ଏହି ମହାମାରୀରେ ଆଉ ୪ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.