Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ୪୫୧୪୯ନୂଆ ସଂକ୍ରମିତ ଚିହ୍ନଟ

26/10/2020 at 11:31 AM

ନୂଆଦିଲ୍ଲୀ ୨୬।୧୦: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏବେ ହ୍ରାସ ପାଇବାରେ ଲାଗିଛି । ପ୍ରତିଦିନ କରୋନା ଗ୍ରାଫ ତଳମୁହାଁ ହେଉଛି । ଯାହାକି ଏକ ଶୁଭ ଖବର ବୋଲି ମନେ କରାଯାଉଛି । ତେବେ ସୋମବାର ଦିନ ଆସିଥିବା କରୋନାର ନୂଆ ସଂକ୍ରମଣରେ ଗତ କିଛି ଦିନ ମଧ୍ୟରେ ସବୁଠାରୁ କମ୍‌ ସଂଖ୍ୟା ବୋଲି କୁହାଯାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୪୫୧୪୯ ନୂଆ କୋଭିଡ଼-୧୯ କେସ୍‌ ଆସିଥିବା ବେଳେ ୪୮୦ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୯,୦୯,୯୬୦ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି କରୋନାରୁ ୭୧,୩୭,୨୨୯ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଗତ ୨୪ଘଣ୍ଟା ମଧ୍ୟରେ ୫୯,୧୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାର ମଧ୍ୟ ରେକର୍ଡ କରାଯାଇଛି ।

ଦେଶରେ କ୍ରମାଗତ ଭାବେ କରୋନା ସୁସ୍ଥ ହେବାଙ୍କ ସଂଖ୍ୟା ଓ ସକ୍ରିୟ ସଂଖ୍ୟା ମଧ୍ୟରେ ବହୁତ ବଡ଼ ଅନ୍ତର ବଢିବାରେ ଲାଗିଛି । ଦେଶରେ କରୋନାର ସକ୍ରିୟ କେସ୍‌ ୭ଲକ୍ଷରୁ ତଳେ ରହିଛି । ଦେଶରେ ମୋଟ କରୋନାର ଆକ୍ଟିଭ୍‌ କେସ୍‌ ୯,୫୩,୭୧୭ ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୯,୦୧୪ରେ ପହଞ୍ଚିଛି ।  

   Related Posts