ଭୁବନେଶ୍ବରରେ କାୟା ମେଲାଉଛି କରୋନା : ୨୪ ଘଣ୍ଟାରେ ୪୫୧ ସଂକ୍ରମିତ ଚିହ୍ନଟ, ୧୧୭ ସୁସ୍ଥ

Published By : Prameya-News7 Bureau | April 17, 2021 IST

ଭୁବନେଶ୍ବର ୧୭/୦୪ : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୯୧ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ।  

୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ମୋଟ ୪୫୧ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୫,୩୪୧ରେ । ରାଜଧାନୀରେ ଏଯାଏଁ କରୋନାକୁ ମାତ ଦେଲେଣି ୩୨୭୫୫ ଜଣ ସଂକ୍ରମିତ । ବର୍ତ୍ତମାନ ଭୁବନେଶ୍ବରରେ ଆକ୍ଟିଭ୍‌ କେସ୍‌ ୨୩୧୫ ରହିଥିବା ବେଳେ ୨୫୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।

wp:embed {"url":"https://twitter.com/bmcbbsr/status/1383401082320130054","type":"rich","providerNameSlug":"twitter","responsive":true,"className":""}
https://twitter.com/bmcbbsr/status/1383401082320130054
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.