Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

୨୦ ତାରିଖରୁ କିଛି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ, ୪୫ ପ୍ରତିଶତ ଅର୍ଥନୈତିକ କାର୍ଯ୍ୟ ହେବ ସକ୍ରିୟ , ସରକାରୀ ପ୍ରକ୍ରିୟା ଆରମ୍ଭ

18/04/2020 at 7:29 PM

ଭୁବନେଶ୍ବର୧୮/୪: ମେ ୩ ତାରିଖ ଯାଏଁ ବଳବତ୍ତର ରହିବ ଲକ୍‌ ଡାଉନ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ପୂର୍ବରୁ ଆଭାସ ଦେଇଛନ୍ତି ଏପ୍ରିଲ ୨୦ ତାରିଖରେ ଏହାର ସମୀକ୍ଷା ହେବ। ଯେଉଁସବୁ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଥିବ ସେଠାରେ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କରାଯିବ। ଏହା ଅନୁଯାୟୀ  ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଏପ୍ରିଲ ୨୦ ତାରିଖରୁ ସ୍ଥିତି କୋହଳ ହେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ କେଉଁ କେଉଁ କ୍ଷେତ୍ରରେ କୋହଳ ଦିଆଯାଇପାରେ ସେନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସୋମବାରଠାରୁ ୪୫ ପ୍ରତିଶତ ଅର୍ଥନୈତିକ କାର୍ଯ୍ୟ ଆରମ୍ଭ ହୋଇଯିବ। ସ୍ବାଭାବିକ ସ୍ଥିତି ଫେରିବାରେ ଏହା ହେବ ପ୍ରଥମ ପଦକ୍ଷେପ।  ଏପ୍ରିଲ ୨୦ରେ କରୋନା ପ୍ରଭାବିତ ହୋଇନଥିବା ଅଞ୍ଚଳରେ ଆରମ୍ଭ ହେବ କରୋନା। ଏହା ଅନୁଯାୟୀ  ଓଡିଶାର ଗ୍ରୀନ ଜୋନରେ ଆସୁଥିବା ୨୧ ଜିଲ୍ଲାରେ ଅଧିକାଂଶ କ୍ଷେତ୍ର ପାଇଁ କୋହଳ ଆରମ୍ଭ ହୋଇପାରେ। ଏହା ଅନୁଯାୟୀ ସ୍ବାସ୍ଥ୍ୟ ସେବା ସଂପର୍କିତ ସମସ୍ତ କାର୍ଯ୍ୟ ତ୍ବରାନ୍ବିତ ହେବ। ଆୟୁଷ ହସ୍ପିଟାଲ ଠାରୁ ଔଷଧ ତିଆରି ଶିଳ୍ପ, ପ୍ରାଣୀ ଔଷଧ ଶିଳ୍ପ , ଆନ୍ତରାଜ୍ୟ  ମେଡ଼ିକାଳ ସାମଗ୍ରୀର ପରିବହନ ଚାଲିବ।

ସାଧାରଣ ସମୟ ଅବଧିରେ ଯେମେତି କାର୍ଯ୍ୟ ଚାଲୁଥିଲା ସେମିତି ବ୍ୟାଙ୍କ କାର୍ଯ୍ୟ ଚାଲିବ।  ସେହିପରି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନଗୁଡ଼ିକ ମଧ୍ୟ କାର୍ଯ୍ୟ କରିବ।  ପୋଷ୍ଟ ଅଫିସ କାର୍ଯ୍ୟ ପୂର୍ବଭଳି ଚାଲିବ। ଏହା ସହିତ ପେଟ୍ରୋଲ ଗ୍ୟାସ କିରୋସିନ, ସିଏନଜିର ପରିବହନ ଚାଲିବ। ଏହା ବାଦ ରେଷ୍ଟ୍ରୁରାଣ୍ଟରେ ଫୁଡ୍‌ ହୋମ ଡେଲିଭରି କରୁଥିବା  ସଂସ୍ଥା ଚାଲିବ। ଏଥିସହିତ ସାଧାରଣ ସାମଗ୍ରୀ ହୋମ ଡେଲିଭରି କରୁଥିବା ଇ କମର୍ସର କାର୍ଯ୍ୟ ମଧ୍ୟ ଚାଲିବ। ଟେଲିକମୁନିକେସନ, କେବୁଲ ସର୍ଭିସ, ଇଣ୍ଟରନେଟ ସେବା  ଜାରି ସହ ସାଧାରଣ ରିପେୟାରିଂ ଦୋକାନଗୁଡ଼ିକ ମଧ୍ୟ କାର୍ଯ୍ୟ କରିବେ। ଗାଡ଼ିମଟର ମରାମତି, ଇଲେକ୍ଟ୍ରିକାଲ୍‌ସ ମରାମତି ଦୋକାନ , ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଉଦ୍ଦିଷ୍ଟ ସମସ୍ତ ଦୋକାନ ଓ ଏହା ସଂପର୍କିତ ଶିଳ୍ପ ଖୋଲା ରହିବ।

 ସେହିପରି ସାଧାରଣ ଜିନଷପତ୍ର ପରିବହନ କରୁଥିବା ଟ୍ରକ, ଓ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିବ। ଯେଉଁ ସଂସ୍ଥାର କାର୍ଯ୍ୟକୁ ଅନୁମତି ଦିଆଯାଇଥିବ ସେଥିରେ କାର୍ଯ୍ୟ କରୁଥିବା ପ୍ରାଇଭେଟ ଗାଡ଼ିର ଚଳାଚଳକୁ ଅନୁମତି ଦିଆଯିବ। ଅଙ୍ଗନବାଡ଼ି ଖୋଲିବନି କିନ୍ତୁ ଅଙ୍ଗନବାଡ଼଼ି କର୍ମୀମାନେ ବିଭିନ୍ନ ସାମଗ୍ରୀ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବେ। ସେହିପରି ଜିଲ୍ଲାପାଳଙ୍କ ଅନୁମତି ନେଇ ସ୍ବୟଂସହାୟକଗୋଷ୍ଠୀଗୁଡ଼ିକ ସେମାନଙ୍କର ସାମଗ୍ରୀ ତିଆରି କରିପାରିବେ।

ସରକାର ପୂର୍ବରୁ କୃଷି କାର୍ଯ୍ୟକୁ କଟକଣାରୁ ବାଦ୍‌ ଦେଇଛନ୍ତି। ତେଣୁ କୃଷି କ୍ଷେତ୍ର ସହିତ ଜଡ଼ିତ ସମସ୍ତ ଶିଳ୍ପ ,ଦୋକାନ, ମଣ୍ଡି ଖୋଲା ରହିବ। ସେହିପରି ଦୁଗ୍ଧ ଉତ୍ପାଦନ ଏବଂ ଏହା ସହିତ ସଂପର୍କ ରଖୁଥିବା ସମସ୍ତ ଶିଳ୍ପ ଓ ଦୋକାନ ମଧ୍ୟ ଖୋଲା ରହିବ। ଗ୍ରାମାଞ୍ଚଳରେ ଏମଏନଆରଜିଏସ କାର୍ଯ୍ୟ କରିବା ଲାଗି ଅନୁମତି ଦିଆଯାଇଛି। ତେବେ ଏଥିରେ ଜଳ ସଂରକ୍ଷଣ ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଗ୍ରାମାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗୁଡ଼ିକ କାର୍ଯ୍ୟ କରିବ। ଗାଁଗୁଡ଼ିକରେ ଇଟାଭାଟି ମଧ୍ୟ ଚାଲିବ ଏବଂ ମୁନିସିପାଲିଟି ଅଞ୍ଚଳ ବାହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଅଧାତିଆରି ପୋଲ, ରାସ୍ତା କାର୍ଯ୍ୟ ଏବଂ ଏହାର ମରାମତି ଆରମ୍ଭ ହୋଇଯିବ। 

ଏହାବାଦ ଆହୁରି ଅନେକ କାର୍ଯ୍ୟ ଯାହାକି ଅତ୍ୟାବଶ୍ୟକ ସେବା ସହିତ ଯୋଡ଼ି ହୋଇ ରହିଛି ସେସବୁକୁ ଅନୁମତି ଦିଆଯିବ। ସର୍ତ୍ତ ରହିବ ଯେମିତି ସାମାଜିକ ଦୂରତ୍ବକୁ ଜୋର ଦିଆଯାଏ। ତେବେ ରାଜ୍ୟରେ କରୋନା ସଂକ୍ରମଣର ହଟସ୍ପଟ ଚିହ୍ନିତ ଅଞ୍ଚଳ ପାଇଁ କଟକଣା ଲାଗୁ ରହିଲେ ବି ଅତ୍ୟାବଶ୍ୟକ ସେବା ପାଇଁ ଯେମିତି କଟକଣା ଚାଲୁଛି ତାହା ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବେ।

   Related Posts