ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଆଉ ଖସି ଯାଇ ପାରିବେନି ଦୁଷ୍କର୍ମକାରୀ : ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବାକୁ ହୋଇଛି ନିଷ୍ପତ୍ତି

Published By : Prameya-News7 Bureau | December 10, 2019 IST

ନୂଆଦିଲ୍ଲୀ ୧୦/୧୨: ଦୁଷ୍କର୍ମକାରୀଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏଥିରୁ ୨୧ ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ମାମଲାର ବିଚାର କରିବେ ଏବଂ  ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋକ୍ସୋ କୋର୍ଟ ନାବାଳିକାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବେ । ରାଜ୍ୟରେ ବହୁ ଦୁଷ୍କର୍ମ ମାମଲା ବର୍ଷ ବର୍ଷ ଧରି ବିଚାରାଧୀନ ଥିବାରୁ  ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

{"id":196108,"sizeSlug":"large"}

ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ପାଇଁ ଆଉ ଖସି ଯାଇ ପାରିବେନି ଦୁଷ୍କର୍ମକାରୀ । ସେମାନଙ୍କୁ ଯେପରି ଶୀଘ୍ର କଠିନ ଦଣ୍ଡ ମିଳିବ, ସେଥିପାଇଁ ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତା' ମଧ୍ୟରୁ ୨୧ ଟି କୋର୍ଟରେ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ମାମଲାର ବିଚାର ହେବ ଏବଂ ଭିତ୍ତିଭୂମି ପ୍ରସ୍ତୁତ ହୋଇସାରିଥିବା ଆଉ ୨୪ଟି ପୋକ୍ସୋ କୋର୍ଟ ନାବାଳିକାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବେ । ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା । ପ୍ରକାଶଥାଉକି, ପ୍ରୋଟେକସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫନ୍ସେସ ଆଇନ ୨୦୧୨ ଅନୁଯାୟୀ ପୋକ୍ସୋ କୋର୍ଟ କେବଳ ନାବାଳିକାଙ୍କୁ ଯୌନ ଶୋଷଣ ହେଉଥିବା ମାମଲାଗୁଡ଼ିକର ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

{"id":196109,"sizeSlug":"large"}

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧୀ ସ୍ୱାଗତ କରିଛନ୍ତି ।  ଦୁଷ୍କର୍ମ ମାମଲାଗୁଡ଼ିକର ଶୀଘ୍ର ଫଇସଲା କରାଯାଇ ଅଭିଯୁକ୍ତମାନଙ୍କୁ କଠୋର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି ।

{"id":196110,"sizeSlug":"large"}

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାଲି ପଡ଼ିଥିବା ୧୪ଟି ବିଚାରପତି ପଦ ତୁରନ୍ତ ପୂରଣ ପାଇଁ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଅନୁରୋଧ କରିଛନ୍ତି । ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରାୟ ୨ ଲକ୍ଷ ମାମଲା ବିଚାରୀଧୀନ ଅଛି ବୋଲି ସେ କହିଛନ୍ତି । ଉଚ୍ଚ ନ୍ୟାୟାଳୟରେ ୧୪ଟି ବିଚାରପତି ପଦବୀ ସହ, ରାଜ୍ୟର ଅନ୍ୟାନ୍ୟ କୋର୍ଟଗୁଡ଼ିକରେ ୨୫ଟି ଜିଲ୍ଲା ଜଜ୍ ପଦବୀ, ୩୪ଟି ବରିଷ୍ଠ ସିଭିଲ ଜଜ୍ ଏବଂ ୮୯ଟି ସିଭିଲ ଜଜ୍ ପଦବୀ ଖାଲି ପଡିଛି ।

{"id":196111,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.