Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡିରେ ଡେଙ୍ଗୁ ଅଣାୟତ୍ତ ; ୪୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

13/08/2018 at 6:21 AM

କଳାହାଣ୍ଡି ୧୩/୮ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁରେ ଡେଙ୍ଗୁ ଅଣାୟତ୍ତ । ସରକାରୀ ରକ୍ତ ନମୁନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ରୋଗୀଙ୍କୁ ଡେଙ୍ଗୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତ୍ତି ହୋଇଛନ୍ତି । ବାକି ଲଡୁଗାଁ ହସ୍ପିଟାଲ ଓ ନିଜ ଘରେ ଚିକିତ୍ସିତ ହେଉଛନ୍ତି । ରବିବାର ପୁଣି ୪୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆଜି ରିପୋର୍ଟ ଆସିବା ପରେ ସଂଖ୍ୟା ବୃଦ୍ଦି ପାଇବା ଅଶଙ୍କା ରହିଛି । ସ୍ବାସ୍ଥ୍ୟ ବିଭାଗ ଲଡୁଗାଁରେ କ୍ୟାମ୍ପ ଜାରୀ ରଖିଛି । କୋକସରା ବ୍ଲକ ଲଡୁ ଗାଁ ୨୦ ଓ।ର୍ଡ ବିଶିଷ୍ଟ ସଫେଇ ପାଇଁ ପଚଂ।ୟତ ପକ୍ଷରୁ ନିଦ୍ଦିଷ୍ଟ ବ୍ୟବସ୍ଥା ନ ଥିବା ସ୍ଥଳେ ସ୍ଥାନୀୟ ଅଚଂଳ ରେ ଗଢି ଉଠିଥିବା ୧୧ ରାଇସ ମିଲ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ଆବର୍ଜନା ଡେଙ୍ଗୁ ମଶାକୁ ସୁହାଇଛି ।

   Related Posts