Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ରାୟଗଡା ଜିଲ୍ଲାରୁ ୧୬ କରୋନା ଯୋଦ୍ଧାଙ୍କ ସମେତ ୪୫ ଆକ୍ରାନ୍ତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

30/07/2020 at 4:42 PM

ରାୟଗଡା ୩୦।୭: ରାୟଗଡା ଜିଲ୍ଲାରୁ ଆଉ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୩ରେ ପହଞ୍ଚିଛି। ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ମୋଟ୍ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସଂକ୍ରମିତ ୪୫ ଜଣଙ୍କ ମଧ୍ୟରୁ ୩୫ ଜଣ ପୁରୁଷ ଓ ୧୦ ଜଣ ମହିଳା ରହିଛନ୍ତି । ଭୁବନେଶ୍ବର ସ୍ଥିତ ଆରଏମଆରସି ପରୀକ୍ଷାଗାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରରେ ପରୀକ୍ଷଣ ପରେ ରାଜ୍ୟ ସରକାର ଟ୍ବିଟ୍ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ସମସ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ରାୟଗଡା ସହରରୁ ଓ ୪ ଜଣ ବ୍ଲକରୁ ରହିଛନ୍ତି । ଗୁଣପୁର ସହରରୁ ୧୭ ଓ ବ୍ଲକରୁ ୨ ଜଣ ରହିଛନ୍ତି । ସମସ୍ତ ୪୫ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଏଥିରେ ୧୬ ଜଣ କରୋନା ଯୋଦ୍ଧା ରହିଛନ୍ତି । ଯୋଦ୍ଧାଙ୍କ ମଧ୍ୟରେ ୪ ଜଣ ପୋଲିସ କନେଷ୍ଟବଳ, ୩ ଜଣ ଲେଖାଏଁ ସିଆରପିଏଫ ଓ ଆରପିଏଫ ଯବାନ ରହିଛନ୍ତି । ସେହିଭଳି ଜଣେ ଡାକ୍ତର ଓ ୫ ଜଣ ସ୍ବାସ୍ଥ୍ୟ କର୍ମଚାରୀ ରହିଛନ୍ତି । ଆକ୍ରାନ୍ତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ଆଜି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଦ୍ରୁତ ସର୍ଭେ ଓ ପରୀକ୍ଷା ଯୋଗୁଁ ରିପୋର୍ଟ ଶୀଘ୍ର ହସ୍ତଗତ ହେଉଛି । ଏଥିସହ ଆକ୍ରାନ୍ତଙ୍କୁ ଜେକେପୁର ସ୍ଥିତ କୋଭିଡ୍ ମେଡିକାଲ, ବିଷମକଟକ, ତାଡମା ଓ ଗୁଣପୁର ସ୍ଥିତ କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଛି। ୪୫ ସଂକ୍ରମିତଙ୍କୁ  ମିଶାଇ ଜିଲ୍ଲାରେ ମୋଟ୍ ୬୯୩ ଜଣ ଚିହ୍ନଟ ହୋଇଥିବା ଓ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ କହିଛନ୍ତି । ସମସ୍ତେ ସତର୍କ ରହିବା ସହ ବର୍ତ୍ତମାନ ଚାଲିଥିବା ସଟ୍ ଡାଉନକୁ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

   Related Posts