ହାରୁଛି କରୋନା, ଜିତୁଛି ଓଡିଶା: ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୪୪୨ ସଂକ୍ରମିତ

Published By : Prameya-News7 Bureau | December 09, 2020 IST

ଭୁବନେଶ୍ଵର ୦୯।୧୨: ଶୀତରେ ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ଆଶଙ୍କା ରହିଥିଲା। ହେଲେ ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ହାର ମାନୁଛି ମହାମାରୀ କୋଭିଡ୍-୧୯। ନିଜର କାୟା ମେଲାଇ ପାରୁନାହିଁ କରୋନା। ଫଳରେ ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଓଡିଶାରେ କରୋନାର ପ୍ରକୋପ କମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବା ସଭିଙ୍କ ଚିନ୍ତାକୁ ହ୍ରାସ କରିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮ ଜିଲ୍ଲାରୁ ୪୪୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୭, ୪୧୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବୁଧବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

wp:html /wp:html

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୩ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡରୁ ୪୩, ଖୋର୍ଦ୍ଧାରୁ ୩୩, ରାୟଗଡାରୁ ୩୩, ରାୟଗଡାରୁ ୩୩, ମୟୂରଭଞ୍ଜରୁ ୩୦, ଯାଜପୁରରୁ ୨୯, କେନ୍ଦୁଝରରୁ ୨୮, କଟକରୁ ୨୫, କେନ୍ଦ୍ରାପଡାରୁ ୧୯, ନୂଆପଡାରୁ ୧୯, ବାଲେଶ୍ଵରରୁ ୧୮, ସମ୍ବଲପୁରରୁ ୧୬, ଜଗତସିଂହପୁରରୁ ୧୩, କଳାହାଣ୍ଡିରୁ ୧୩, ପୁରୀରୁ ୧୧, ବରଗଡରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୫, ଝାରସୁଗୁଡାରୁ ୫, ଭଦ୍ରକରୁ ୪, ବଲାଙ୍ଗୀରରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ସୋନପୁରରୁ ୪, ଦେବଗଡରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨ ଓ ମାଲକାନଗିରିରୁ ୧ ଜଣ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟ ହୋଇଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୮୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୨୯୯କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.