କରୋନା ଗ୍ରାଫ୍‌ରେ ମାମୁଲି ହ୍ରାସ, ଦେଶରେ ଗତ ୨୪ଘଣ୍ଟାରେ ୪୪୦୫୯ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩।୧୧: କରୋନା ଭାଇରସର ଦୈନିକ ସଂକ୍ରମଣରେ ମାମୁଲି ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୪୪,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନ ୪୫,୨୦୯ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଥିଲେ । ଦେଶରେ ସଂକ୍ରମଣମୁକ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୮୫ଲକ୍ଷ ପାର୍‌ ହୋଇଛି । ଅନ୍ୟପଟେ କରୋନାରେ ଆକ୍ଟିଭ୍‌ କେସ୍‌ ଲଗାତର ଭାବେ ୫ଲକ୍ଷ ତଳେ ରହିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସରେ ୪୪,୦୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୯୧,୩୯,୮୬୬ରେ ପହଞ୍ଚିଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୬୨,୬୪୨ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୪୧,୦୨୪ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆକ୍ଟିଭ୍‌ କେସ୍‌ ୪,୪୩,୪୮୬ରେ ରହିଛି । ଲଗାତର ଦେଶରେ ଆକ୍ଟିଭ୍‌ କେସ୍‌ ହ୍ରାସ ପାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସରେ ମୋଟ ୧,୩୩,୭୩୮ ଲୋକଙ୍କ ଜୀବନ ଯାଇଛି ।

ତେବେ ଦେଶରେ କରୋନା କିଛି ଅଞ୍ଚଳରେ ପୁଣି ଥରେ ବଢୁଥିବାର ଦେଖିବାକୁ ମିଳିଛି । ଯେପରି ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ , ପଶ୍ଚିମବଙ୍ଗ ରହିଛି । ଦେଶର ଅନେକ ସ୍ଥାନରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ପୁଣି ଥରେ ନାଇଟ କଫ୍ୟୁ ଲାଗୁ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.