ରାଜ୍ୟରେ ଗୋଟିଏ ଦିନରେ ୧୦୦୦ ଟପିଗଲା ସଂକ୍ରମିତଙ୍କ ସଂଖ୍ୟା, ସେପଟେ ସୁସ୍ଥ ହେଲେ ୪୪୦ ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ

Published By : Prameya-News7 Bureau | July 22, 2020 IST

ଭୁବନେଶ୍ଵର ୨୨।୦୭: ରାଜ୍ୟରେ ମହାମାରୀ କରୋନା ନିଜର କାୟା ବଢାଇବାରେ ଲାଗିଛି। ଦିନକୁ ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଯେମିତି ସଂକ୍ରମଣ ହାର ବଢି ଚାଲିଛି ସେହି ଅନୁସାରେ ମଧ୍ୟ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରମଥର ୧୦୦୦ରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ୪୪୦ ରୋଗୀ ସୁସ୍ଥ  ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧୩୭୪୯ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଟ୍ଵିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି।

ଆଜି ରାଜ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଖୋର୍ଦ୍ଧାରୁ ୮୩ ସଂକ୍ରମିତ୍ କରୋନାକୁ ମାତ୍‌ ଦେଇଛନ୍ତି। ସେହି ପରି ଗଞ୍ଜାମରୁ ୬୮, ବାଲେଶ୍ଵରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮, ପୁରୀରୁ ୧୭ ଓ ଝାରସୁଗୁଡାରୁ ୧୨, କେନ୍ଦୁଝରରୁ ୧୨, ନବରଙ୍ଗପୁରରୁ ୧୨ ରୋଗୀ ଆଜି ଆରୋଗ୍ୟଲାଭ କରିଛନ୍ତି।

wp:html /wp:html wp:html /wp:html

ସେହି ପରି କଟକରୁ ୧୧, ବରଗଡରୁ ୧୦, ଯାଜପୁରରୁ ୯, ଅନୁଗୁଳରୁ ୯, କେନ୍ଦ୍ରାପଡାରୁ ୬, ସୁନ୍ଦରଗଡରୁ ୬, ବଲାଙ୍ଗିରରୁ ୫, ସମ୍ବଲପୁରରୁ ୫ ଓ ନୟାଡଗରୁ ୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୪୪୦ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୧୦୭୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରଥମ ଥର ରାଜ୍ୟରେ ଗୋଟିଏ ଦିନରେ ୧୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୯୮୩୫କୁ ବୃଦ୍ଧି ଘଟିଛି। ଅପର ପକ୍ଷେ ଆଜିର ୪୪୦ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ୧୩୭୪୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେହି ଭଳି ଆଜି ଏହି ମହାମାରୀରେ ଆଉ ୫ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.