୩୪ ପିଲାଙ୍କ ମାଆ କୁହାଯାଉଥିବା ୪୪ ବର୍ଷର ଏହି ଅଭିନେତ୍ରୀ ଗ୍ରହଣ କରିନଥିଲେ ୬୦୦ କୋଟିର ସମ୍ପତ୍ତି…
29/10/2019 at 9:52 AM

ମୁମ୍ବାଇ୨୮|୧୦: ବଲିଉଡର ଅନେକ ଏମିତି ହିଟ୍ କଳାକାର ଅଛନ୍ତି ଯେଉଁମାନଙ୍କ କ୍ୟାରିଅର କିଛି ଦିନ ପରେ ଫ୍ଲପ୍ ହୋଇଯାଇଛି। ଲଗାତାର ଫ୍ଲପ୍ ଫିଲ୍ମ କରିଥିବାରୁ କିଛି ଷ୍ଟାର ଗ୍ଲାମର ଦୁନିଆରୁ ଦୂରାଇ ଯାଇଛନ୍ତି। କିଏ ବ୍ୟବସାୟ କରୁଛି ତ କିଏ ପରିବାର ସହ ସମୟ ବିତାଉଛି। ତେବେ ଆଜି ଏକ ଏମିତି ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଫିଲ୍ମି ଦୁନିଆରୁ ଦୂରାଇ ମଧ୍ୟ ଲଗ୍ଜରୀ ଲାଇଫଷ୍ଟାଇଲ ବଞ୍ଚୁଛନ୍ତି। ଏହି ଅଭଇନେତ୍ରୀଙ୍କ ନାଁ ହେଉଛି ପ୍ରୀତି ଜିଣ୍ଟା।

ବଲିଉଡରେ ପ୍ରୀତି କିଛି କମ କମାଲ କରିନାହାନ୍ତି। ଆଜିଯାଏଁ ଲୋକେ ତାଙ୍କ ଡିମ୍ପଲର ଦିୱାନା। ଦର୍ଶକ ପ୍ରୀତିଙ୍କ ଫିଲ୍ମ ଦେଖିବା ଖୁବ ପସନ୍ଦ କରନ୍ତି। ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା। ପ୍ରୀତି ଶେଷଥର ପାଇଁ ଫିଲ୍ମ ଭୟାଜିରେ ସନ୍ନୀ ଦେଓଲଙ୍କ ସହ ପରଦାରେ ଦେଖିବାକୁ ମିଳିଥିଲେ।

ଏହି ଫିଲ୍ମ ପରେ ଯେମିତି ପ୍ରୀତିଙ୍କ କ୍ୟାରିଅରରେ ଗ୍ରହଣ ଲାଗିଯାଇଛି। ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ୩୪ ପିଲାଙ୍କ ମାଆ ଭାବେ ମଧ୍ୟ ପରିଚିତ। ୨୦୦୯ ମସିହାରେ ଋଶିକେଷର ଅନାଥ ଆଶ୍ରାମରୁ ପ୍ରୀତି ୩୪ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

ଫିଲ୍ମ ନିର୍ମାତା ସ୍ବର୍ଗୀୟ କମାଲ ଅମରୋହିଙ୍କ ପୁଅ ଓ କମଲିସ୍ଥାନ ଷ୍ଟୁଡିଓର ମାଲିକ ଶାନଦାର ଅମରୋହି ଅଭିନେତ୍ରୀ ପ୍ରୀତିଙ୍କୁ ନିଜ ପୋଷ୍ୟ ପୁତ୍ରୀ ମାନୁଥିଲେ। ୨୦୧୦ ମସିହାରେ ପ୍ରୀତିଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବାର ଘୋଷଣା କରିଥିଲେ। ସେ ନିଜ ୬୦୦ କୋଟି ସମ୍ପତ୍ତିର ମାଲିକାଣୀ ପ୍ରୀତିଙ୍କୁ କରିବାକୁ ଚାହୁଁଥିଲେ। ହେଲେ କୌଣସି କାରଣ ଯୋଗୁଁ ପ୍ରୀତି ଏହି ସମ୍ପତ୍ତିକୁ ଗ୍ରହଣ କରିନଥିଲେ।

ପ୍ରୀତି ଜିଣ୍ଟା ଏବେ ପରଦାରେ ନଜର ଆସୁନାହାନ୍ତି ସତ ହେଲେ ତାଙ୍କ ଚାର୍ମ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳେ। ଫିଲ୍ମ ଜଗତ ଛାଡିବା ପରେ ପ୍ରୀତିଙ୍କ ପାଖରେ ଟଙ୍କାର କୌଣସି ଅଭାବ ନାହିଁ।

୨୦୦୮ ମସିହାରେ ପ୍ରୀତି ଆଇପିଏଲର ମୋହାଲି ଫ୍ରାଂଚାଇଜ୍ ୫୦୦ କୋଟି ଟଙ୍କାରେ କିଣିଥିଲେ ଯାହାର ନାଁ କିଙ୍ଗ୍ସ XI ପଞ୍ଜାବ ରଖିଥିଲେ ପ୍ରୀତି। ୨୦୧୬ ମସିହା ଫେବୃଆରୀ ମାସ ୨୯ ତାରିଖରେ ଲସ ଏଂଜେଲସରେ ନିଜଠୁ ୧୦ ବର୍ଷ ସାନ ପ୍ରେମିକ ଜିନ ଗୁଡଇନଫଙ୍କୁ ବିବାହ କରିଥିଲେ ପ୍ରୀତି।