ଗର୍ଭବତୀ ଥିବା ୪୪ ପ୍ରତିଶତ ମହିଳା ବିପଦରେ ଥିବା ଜଣାଯାଇଛି , ହେଲେ କାରଣ କଣ ଆସନ୍ତୁ ଜାଣିବା..

Published By : Prameya-News7 Bureau | March 22, 2019 IST

ଆଜିକାଲି ମହିଳାମାନଙ୍କ ସ୍ଵାସ୍ଥ୍ୟ ବାବଦରେ ସଚେତନତା ଆଖି ଆଗରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଶେଷକରି ଗର୍ଭବତୀ ଥିବା ସମୟରେ ମହିଳାମାନଙ୍କୁ ସ୍ଵାସ୍ଥ୍ୟ ବାବଦରେ ବିଶେଷ  ଧ୍ୟାନ ଦେବାକୁ ପଡ଼ିଥାଏ । ଯଦି ଏହି ସମୟରେ ସେମାନେ ସାବଧାନତା ଅବଲମ୍ବନ  ନ କରନ୍ତି , ତାହେଲେ ନିଜର ସ୍ଵାସ୍ଥ୍ୟପ୍ରତି ବିପଦ ଥାଏ ।

ମହିଳାମାନଙ୍କୁ ଯଦି ଏ ବିଷୟରେ ଜରୁରୀ ପଦକ୍ଷେପ ନ ନିଅନ୍ତି ତାହେଲେ ଅନେକ କ୍ଷତିରେ ସମ୍ମୁଖୀନ ହେବାକୁ ପଡ଼ିଥାଏ ।ଗର୍ଭବତୀ ଥିବା ସମୟରେ ସେମାନେ ଏ ବିଷୟରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।

ମହିଳାମାନେ ଖାଦ୍ୟପାନୀୟରେ ଗୁରୁତ୍ଵ କମ୍ ଦେଇଥାନ୍ତି । ସେମାନେ ଯଦି ଉପଯୁକ୍ତ ସମୟରେ ନିଜର ଶରୀର ପାଇଁ ଖାଇବାପିଇଵାରେ ଅବହେଳା କରନ୍ତି, ତାହେଲେ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଗର୍ଭାବସ୍ଥାରେ ନିଜ ପାଇଁ ଅବଶ୍ୟକ ପଡ଼ୁଥିବା ପୋଷଣ ଅପେକ୍ଷା ଅଧିକ ପରିମାଣରେ ପୋଷଣର ଆବଶ୍ୟକ ପଡ଼ି୍ଥାଏ । ପେଟରେ ବଢ଼ୁଥିବା ପିଲାପାଇଁ ପୋଷଣ ତତ୍ତ୍ଵ ଅଧିକ ପରିମାଣରେ ଆବଶ୍ୟକ ପଡ଼ିଥାଏ ।

ଗର୍ଭବସ୍ଥାରେ ବିଶେଷକରି ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯଦି ଖାଦ୍ୟପାନୀୟୁ ପ୍ରତି ଗର୍ଭବତୀ ଗୁରୁତ୍ଵ ନ ଦିଅନ୍ତି ତାହେଲେ ପ୍ରସବ ସମୟରେ ଅନେକ ଅସୁବିଧା ଦେଖାଦେବାର ସମ୍ଭାବନା ରହିଛି । ତା ସହିତ ଜନ୍ମହେବାକୁ ଥିବା ପିଲାର ସ୍ଵାସ୍ଥ୍ୟାବସ୍ଥା ମଧ୍ୟ ସୁସ୍ଥତା ଦେଖାଦେବାର କମ୍  ଆଶଙ୍କା ରହିଛି ।

ଗର୍ଭବତୀ ମହିଳାମାନେ ସବୁବେଳେ ନିଜର ଖାଦ୍ୟପାନୀୟ ଠିକ ରଖିବା ସହିତ ନିଜର ସ୍ଵାସ୍ଥ୍ୟବସ୍ଥାକୁ ଗୁରୁତ୍ଵଦେବା ଦରକାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.