ବିକଶିତ ହୋଇଛି ଦିଲ୍ଲୀ ବସ୍ତି ବାସିନ୍ଦାଙ୍କ ଜୀବନ ଶୈଳୀ,୪୪% ଲୋକ ବ୍ୟବହାର କରୁଛନ୍ତି ପାଣି ବୋତଲ

Published By : Prameya-News7 Bureau | October 19, 2021 IST

ପାଣି ପାଇଁ ବୋତଲ ବନ୍ଦ ପାଣି ଉପରେ ନିର୍ଭର କରୁଛନ୍ତି । ଅବଶିଷ୍ଟ ୭୬ଭାଗ ବସ୍ତି ବାସିନ୍ଦା ପାଇପ ପାଣି ପିଉଛନ୍ତି । ସର୍ଭେ ରିପୋର୍ଟ ଅନୁସାରେ ସହରର ୭୧ ଭାଗ ଲୋକ ପାଇପ ସଂଯୋଗ ହୋଇଥିବା ସ୍ୱେରେଜ ବ୍ୟବସ୍ଥା ସହିତ ଜଡ଼ିତ । ୨୮.୫ ପ୍ରତିଶତ ଲୋକ ଏହି ସହରରେ ସେପ୍ଟିକ ଟ୍ୟାଙ୍କ ବ୍ୟବହାର କରନ୍ତି । ଦିଲ୍ଲୀ ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା ୭୬ତମ ସ୍ୱଚ୍ଛତା ଓ ଜୀବନ ଜ୍ୟାପନ ପ୍ରଣାଳୀ ସମ୍ବନ୍ଧୀୟ ସର୍ଭେକ୍ଷଣ ନମୁନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

wp:gallery {"ids":[529465],"linkTo":"none"} /wp:gallery

ଅଧିକାରୀମାନେ କହିଛନ୍ତି ବିଧାନସଭା ନିର୍ବାଚନ ଓ କୋଭିଡ୍‌ ମହାମାରି ପାଇଁ ଏହି ରିପୋର୍ଟ ପ୍ରକାଶରେ ବିଳମ୍ବ ହୋଇଛି । ରିପୋର୍ଟ ଅନୁସାରେ ୭୬% ଲୋକଙ୍କ ଘରେ ପାଣି ସଂଯୋଗ ହୋଇଛି। ୭.୫ ପ୍ରତିଶତ ଲୋକ ଟ୍ୟୁବ୍‌ୱେଲ ବ୍ୟବହାର କରନ୍ତି। ୩.୮ ପ୍ରତିଶତ ଲୋକ ସାର୍ବଜନୀନ ନଳକୂପ ବ୍ୟବହାର କରୁଥିବା ବେଳେ ୭ ପ୍ରତିଶତ ଲୋକ ବୋତଲ ବନ୍ଦ ପାଣି ବ୍ୟବହାର କରନ୍ତି।

୩.୮ ପ୍ରତିଶତ ଲୋକ ସାର୍ବଜନୀନ ନଳକୂପ ଓ ୩.୩ ପ୍ରତିଶତ ଲୋକ ପାଣି ଟ୍ୟାଙ୍କର ଉପରେ ନିର୍ଭର କରନ୍ତି। ୨୦୧୨-୨୦୧୮ମଧ୍ୟରେ ବ୍ୟବହାର କରୁଥିବା ବୋତଲବନ୍ଦ ପାଣି ବ୍ୟବହାର କାରୀଙ୍କ ସଂଖ୍ୟା ଅପେକ୍ଷା ସର୍ଭେ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସଂଖ୍ୟା ଦୁଇ ଗୁଣିତ ହୋଇଛି। ସର୍ଭେକ୍ଷଣ ମୁତାବକ ୪୪ଶତକଡ଼ା ବସ୍ତିବାସିନ୍ଧା ପାନୀୟ ଜଳ ପାଇଁ ବୋତଲବନ୍ଦ ପାଣି ବ୍ୟବହାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.