ସୋସିଆଲ ମିଡ଼ିଆରେ ବୁଲୁଥିବା କଂଗ୍ରେସର ୪୪ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକାକୁ ଖଣ୍ଡନ କଲା କଂଗ୍ରେସ

Published By : Prameya-News7 Bureau | October 03, 2018 IST

ଭୁବନେଶ୍ୱର ୩/୧୦ : ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଥିଲା | ଗତ ସୋମବାର ଦିନ ପିଇସି ଓ ସ୍କ୍ରିନିଙ୍ଗ କମିଟିର ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ୪୪ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଥିଲା | ତାଲିକା ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା | ତେବେ ସମ୍ପୂର୍ଣ ଗୋପନୀୟ ଏହି ତାଲିକା ଗତ ଦୁଇ ଦିନ ଧରି ହ୍ୱାଟ୍ସଆପ୍ପ ଏବଂ ଫେସବୁକରେ ବୁଲୁଥିବା ଦେଖିବାକୁ ମିଳିଥିଲା | ତେବେ ଏହି ତାଲିକା ସତ୍ୟ ନୁହେଁ | ଏହା କେବଳ ବିଭ୍ରାନ୍ତ କରିବା ପାଇଁ ଉଦିସ୍ଥା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି | ଆଜି କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାଏକ କହିଛନ୍ତି ଯେ, ତାଲିକାରେ ଯାହା ରହିଛି ତାହା ସମ୍ପୂର୍ଣ କପୋଳକଳ୍ପିତ | ସାମାଜିକ ଗଣମାଧ୍ୟମରେ ଯେଉଁ ତାଲିକା ପ୍ରକାଶ ପାଇଛି ତାହା ନିମ୍ନରେ ଦିଆଗଲା : ଭୁବନେଶ୍ବର ୪୪ଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୂଡ଼ାନ୍ତ ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା ବ୍ରହ୍ମପୁର- ଦୀପକ ପଟ୍ଟନାୟକ ମୋହନା- ଦାଶରଥି ଗମାଙ୍ଗ ଦିଗପହଣ୍ଡି- ସାକା ସୁଜିତ୍ କଣ୍ଟାବାଞ୍ଜି- ସନ୍ତୋଷ ସିଂ ସାଲୁଜା ଜୟପୁର- ତାରାପ୍ରସାଦ ବାହିନୀପତି ତାଳସରା- ପ୍ରଫୁଲ୍ଲ ମାଝୀ କଟକ ବାରବାଟୀ- ଇ. ମହମ୍ମଦ ମୋକିମ୍ ପଟାଙ୍ଗୀ- ରାମଚନ୍ଦ୍ର କାଡମା ଟିଟଲାଗଡ- ସୁରେନ୍ଦ୍ର ସିଂ ଭୋଇ ଅତାବିରା- ନିହାର ମହାନନ୍ଦ କେନ୍ଦ୍ରାପଡ଼ା- ଗଣେଶ୍ୱର ବେହେରା ଅନୁଗୁଳ- ବିପ୍ଲବ ଜେନା ଛେଣ୍ଡିପଦା- ସସ୍ମିତା ବେହେରା ବରଗଡ଼- ସାଧୁ ନେପାଳ ପଦ୍ମପୁର- ସତ୍ୟଭୂଷଣ ସାହୁ ସୋନପୁର- ଅଶୋକ ପୂଜାରୀ ଆଠଗଡ଼- ଉମାବଲ୍ଲଭ ରଥ ଜଗତସିଂହପୁର- ଚିରଞ୍ଜୀବ ବିଶ୍ୱାଳ ସୁନ୍ଦରଗଡ଼- ଯୋଗେଶ ସିଂ ସାଲେପୁର- ପ୍ରକାଶ ବେହେରା ଆଳି- ଦେବେନ୍ଦ୍ର ଶର୍ମା ଢାଵୁଗାଁ- ଭୂଜବଳ ମାଝୀ ସତ୍ୟବାଦୀ- ପ୍ରସାଦ ହରିଚନ୍ଦନ ଆନନ୍ଦ ପୁର- ଜୟଦେବ ଜେନା ନିମାପଡ଼ା- ବିଶ୍ୱରଞ୍ଜନ ମହାନ୍ତି ଭୂବନେଶ୍ୱର(ମଧ୍ୟ)- ମାନସ ଚୌଧୁରୀ ପାରାଦ୍ୱୀପ- ବାପି ସର୍ଖେଲ ସୁକିନ୍ଦା- ଶରତ ରାଉତ ଭଣ୍ଡାରିପୋଖରୀ- ଅନନ୍ତ ସେଠୀ ଲକ୍ଷ୍ମୀପୁର- କୈଳାସ କୁଲେସିକା କୋଟପାଡ଼- ଚନ୍ଦ୍ରଶେଖର ମାଝୀ ଭୂବନେଶ୍ୱର (ଏକାମ୍ର)- ରଶ୍ମି ମହାପାତ୍ର ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ ବିଷମକଟକ- ଡମ୍ବୁରଧର ଉଲ୍ଲାକା ରେଢ଼ାଖୋଲ- ଆସଫ ଅଲ୍ଲୀ ଖାଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.