ମର୍ମନ୍ତୁଦ ଦୁର୍ଘଟଣା : ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍, ୪୪ ମୃତ ୩୦ରୁ ଅଧିକ ଆହତ

Published By : Prameya-News7 Bureau | June 21, 2019 IST

କୁଲ୍ଲୁ ୨୧|୬: ହିମାଚଳ ପ୍ରଦେଶର କୁଲ୍ଲୁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ୫ଶହ ଫୁଟ ଖାଇକୁ ଖସିପଡିବାରୁ ୪୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଆହତ ହୋଇଛନ୍ତି। କୁଲ୍ଲୁର ବଂଜାର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

{"id":125302,"width":579,"height":429}

ସୂଚନାଯୋଗ୍ୟ ଯେ, କୁଲ୍ଲୁର ବଂଜାରଠାରୁ ପ୍ରାୟ ୧ କିମି ଦୂର ଭିୟୋଠରେ ବସ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୫୦୦ ଫୁଟ ଗଭୀର ଖାଇକୁ ଖସି ପଡିଥିଲା। କୁଲ୍ଲୁରୁ ଗାଡାଗୁଶୌଣିକୁ ଯାଉଥିବା ଏଙି ବସ୍ ରେ ଯାତ୍ରୀ ଭରପୁର ଥିଲେ । ଦୁର୍ଘଟଣା ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଜନସାଧାରଣ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

{"id":125303,"width":578,"height":428}

ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଆହତଙ୍କ ମଧ୍ୟରେ ୧୨ ମହିଳା, ୬ ଯୁବତୀ, ୭ ଶିଶୁ, ୧୦ ଯୁବକ ଅଛନ୍ତି ।  ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଉପସ୍ଥିତ ଅଛନ୍ତି ।

{"id":125305,"width":580,"height":430}

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ଓ ଆହତମାନଙ୍କ ପରିବାରକୁ ତୁରନ୍ତ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.