Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଶିଶୁଙ୍କ ମଧ୍ୟରେ ବଢୁଛି ସଂକ୍ରମଣ : ୧୧ ଦିନରେ ୪୪ ଶିଶୁ କରୋନା ପଜିଟିଭ୍ ଚିହ୍ନଟ

12/07/2020 at 12:36 PM

ଭୋପାଲ ୧୨/୦୭ : ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ଶିଶୁମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି | ୧୧ ଦିନ ମଧ୍ୟରେ ୪୪ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଶିଶୁମାନଙ୍କ ବୟସ ୧୫ ବର୍ଷ ଭିତରେ ରହିଛି | ରାଜଧାନୀ ଭୋପାଲରେ ଅନଲକ ସମୟରେ ଚଳିତ ମାସରେ ୧୧ ଦିନରେ ୧୨ ହଜାର ୯୬୦ ନମୁନା ଯାଞ୍ଚ କରାଯାଇଛି | ସେଥିରୁ ୭୬୭ ନମୁନା ପଜିଟିଭ ଚିହ୍ନଟ ହୋଇଛି | ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରେ ୪୪ ଜଣ ୧୫ ବର୍ଷ ତଳକୁ ଶିଶୁ ସାମିଲ ଅଛନ୍ତି | ସେଥିପାଇଁ ବର୍ତ୍ତମାନ ଭୋପାଲ ପ୍ରଶାସନ ଆଲର୍ଟ ମୋଡ଼ରେ ରହିଛି | ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲଗାତାର ଲୋକଙ୍କୁ ସଚେତନ କରାଉଛି |

ଭୋପାଲରେ ବର୍ଷେରୁ ୧୫ ବର୍ଷ ବୟସ ମଧ୍ୟରେ ୪୪ ଶିଶୁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ବର୍ଷେରୁ ୧୮ ବର୍ଷ ମଧ୍ୟରେ ୫୬ ଜଣ ସଂକ୍ରମଣର ଶିକାର ହୋଇଛନ୍ତି | ସେଥିରୁ ୫ଜଣ ବର୍ଷେ ବୟସର | ଦାୟିତ୍ବହୀନତା ଓ ଅସଚେତନତା ଯୋଗୁଁ ଶିଶୁମାନଙ୍କ ମଧ୍ୟରେ ସଂକ୍ରମଣ ବଢିଚାଲିଛି | ଶିଶୁଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଘରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ |

ରାଜଧାନୀ ଭୋପାଲର ପୁରୁଣା ସହରରେ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି | ଇବ୍ରାହିମ ଗଞ୍ଜ ଅଞ୍ଚଳରେ ସମ୍ପୂର୍ଣ ଲକଡାଉନ କରାଯାଇଛି | ଏଠାରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି | ଜିଲ୍ଲା ଅଧିକାରୀ ଏଠାରେ ସପ୍ତାହେ ପାଇଁ ଲକଡାଉନ ଘୋଷଣା କରିଛନ୍ତି | ଏଠାରେ କେବଳ ଆବଶ୍ୟକୀୟ ସାମଗ୍ରୀ ସପ୍ଲାଏ କରାଯାଉଛି | ଏଠାରେ ଗୋଟିଏ ପରିବାରର ୧୦ରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ପାଖାପାଖି ୧୨ ଜଣ ଶିଶୁ ଥିବା କୁହାଯାଉଛି | ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି |

   Related Posts