Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କରୋନା ବଦଳାଇଦେଲା ଆଡମ୍ବର, ମାତ୍ର ପାଞ୍ଚ ଜଣ ବରଯାତ୍ରୀରେ ବାହାହେଲେ ପ୍ରବାସୀ ଭାରତୀୟ

19/04/2020 at 3:06 PM

କାନାଡ଼ା ୧୯/୦୪ : ବିବାହ ପାଇଁ ଅନେକ ସ୍ବପ୍ନ ଦେଖିଥିବା ଯୁବକଙ୍କ ମନ ବର୍ତ୍ତମାନ ଭାଙ୍ଗିଯାଇଛି | ଲକଡାଉନରେ ଏହି ଯୁବକଙ୍କ ସବୁ ଆଶା ଧୋଇ ହେଇଯାଇଛି | ଭବ୍ୟ ବାହାଘର କରିବା ପାଇଁ ଯେଉଁସବୁ ଯୋଜନା କରିଥିଲେ ୫ ଜଣ ବରଯାତ୍ରୀରେ ସମ୍ପର୍ଣ୍ଣ ହୋଇଛି ବାହାଘର | ବରଯାତ୍ରୀରେ ପୁଣି ସାମିଲ ଥିଲେ କେବଳ ବାପା ମା |

କାନାଡାର ବ୍ରମ୍ପଟନରେ ରହୁଥିବା ମଧୁରମିତ ସିଂହ ବିବାହ କରିବାକୁ ଜଳନ୍ଧର ଆସିଥିଲେ | କିନ୍ତୁ ଲକଡାଉନ ଯୋଗୁଁ ବାହାଘର ସ୍ଥଗିତ ହୋଇଯାଇଛି | ବର୍ତ୍ତମାନ ସେ ଜଳନ୍ଧରରେ ହିଁ ଅଛନ୍ତି | କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିବା ପରେ ମଧୁରମିତ ଲକଡାଉନ ଭିତରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ | କାରଣ ଲକଡାଉନ କେବେ ଖୋଲିବା ତାର କିଛି ଠିକ ନାହିଁ | ଯଦି ପୁଣି ଲକଡାଉନ ଚାଲୁ ରହିବ ତାହେଲେ ଅସୁବିଧା ହେବ ବୋଲି ସେ ଏହି ଲକଡାଉନ ଭିତରେ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ | ଏପଟେ କାନାଡ଼ା ମଧ୍ୟ ନାଗରିକଙ୍କ ଆଗମନ ପାଇଁ ଅନୁମତି ଦେଇଦେଇଛି | ଯେହେତୁ ସେ କାନାଡ଼ାରେ ଚାକିରୀ କରୁଛନ୍ତି କେତେବେଳେ କେଉଁ ମୁହୂର୍ତ୍ତରେ ଭାରତ ଛାଡି ପୁଣି କାନାଡ଼ା ଯିବାକୁ ହେବ ତାର ଠିକ ନାହିଁ | ସେଥିପାଇଁ ଶୁକ୍ରବାର ଦିନ ମଧୁରମିତ ବିବାହ କରିଛନ୍ତି |

ମଧୁରମିତ ଓ କିରତ ଗୁରୁଦ୍ୱାରାରେ ଗୁରୁଃଗ୍ରନ୍ଥ ସାହେବଙ୍କ ଉପସ୍ଥିତିରେ ବିବାହ କରିଛନ୍ତି | ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା | ବରଯାତ୍ରୀରେ ମଧୁରମିତଙ୍କ ବାପା ମା ଓ କିରତଙ୍କ ବାପା ମା ଉପସ୍ଥିତ ଥିଲେ | ବିବାହ ପରେ ମଧୁରମିତ କହିଛନ୍ତି ଯେ, ସେ ଭବ୍ୟ ବାହାଘର ପାଇଁ ସ୍ବପ୍ନ ଦେଖିଥିଲେ କିନ୍ତୁ କରୋନା ଲକଡାଉନ ଯୋଗୁଁ ତାଙ୍କର ସବୁ ସ୍ବପ୍ନ ପାଣି ଫୋଟକା ଭଳି ଫସର ଫାଟିଗଲା |

ସୂଚନାଯୋଗ୍ୟ ଯେ, ମଧୁରମିତଙ୍କ ମା ତଜିନ୍ଦର କୌର ଜଳନ୍ଧରର ସ୍ଥାନୀୟ ନେହେରୁ ଗାର୍ଡେନ ସ୍କୁଲରେ ଅଧ୍ୟାପିକା ଅଛନ୍ତି | ତାଙ୍କ ପିତା ରାଜିନ୍ଦରପଲ ସିଂହ ପତାରା ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଅଛନ୍ତି | ମଧୁରମିତଙ୍କ ବାହାଘର ଜଳନ୍ଧରର ଅର୍ବନ ଏଷ୍ଟେଟରେ ରହୁଥିବା ବିକ୍ରମ ସିଂହ ଗିଲଙ୍କ ଝିଅ କିରତଙ୍କ ସହ ଠିକ ହୋଇଥିଲା | ବାହାଘର ଏପ୍ରିଲ ୫ ତାରିଖରେ ହେବାକୁ ଥିଲା | ବାହାଘର ପାଇଁ ଉଭୟଙ୍କ ପରିବାର ଜାନୁଆରୀ ମାସରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ | ମଧୁରମିତ ହନିମୁନ ପାଇଁ ୟୁରୋପ ଗସ୍ତରେ ଯିବା ପାଇଁ ଟିକେଟ ବୁକ କରିଥିଲେ | ଜଳନ୍ଧର ଥ୍ରୀ ଷ୍ଟାର ହୋଟେଲରେ ବିବାହର ଅନେକ ସମାରୋହ ପାଇଁ ବୁକିଙ୍ଗ ହୋଇଥିଲା | ସବୁ ଯୋଜନା ହୋଇସାରିଥିଲା | କିନ୍ତୁ ସବୁ ଫସର ଫାଟିଗଲା |

ମାର୍ଚ୍ଚ ୧୩ ତାରିଖରେ ସେ କାନାଡ଼ାରୁ ଛୁଟି ନେଇ ଭାରତକୁ ଆସିଥିଲେ | ଅଚାନକ କରୋନା ମହାମାରୀ ବିସ୍ତାର କରିବା ଫଳରେ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୨୨ ତାରିଖରେ ଲକଡାଉନ ଘୋଷଣା କରିଥିଲେ | ମୋଦିଙ୍କ ଘୋଷଣା ପରେ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ ଯେ ଲକଡାଉନ ସମୟରେ ବାହାଘର କରିବେନାହିଁ | ଲକଡାଉନ ପରେ ଧୂମଧାମରେ ବାହାଘର କରିବେ | କିନ୍ତୁ ପ୍ରଥମ ପର୍ଯ୍ୟାୟ ଲକଡାଉନ ଶେଷ ହେବା ପୂର୍ବରୁ ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଥିଲେ | ସେଥିପାଇଁ ଉଭୟ ପରିବାର ପୁଣି ନିଷ୍ପତ୍ତି ନେଲେ ଯେ ଆଉ ଅପେକ୍ଷା ନ କରି ବିବାହ ସାମର୍ଣ୍ଣ କରିଦେବା ଉଚିତ | ଏହାପରେ ଶୁକ୍ରବାର ୧୭ ତାରିଖରେ ଉଭୟଙ୍କ ପରିବାର ଉପସ୍ଥିତିରେ ମଧୁରମିତ ଇ କିରତଙ୍କ ବିବାହ ହୋଇଥିଲା |

   Related Posts