Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ

28/10/2020 at 10:36 AM

ନୂଆଦିଲ୍ଲୀ ୨୮।୧୦: ଦେଶରେ କରୋନା ସଂକ୍ରମଣ ଗ୍ରାଫ ଏବେ ତଳ ମୁହାଁ ହୋଇଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାର ଦେଖିବାକୁ ମିଳିଛି । ମଙ୍ଗଳବାର ତୁଳନାରେ ବୁଧବାର ଦିନ ଦେଶରେ କୋଭିଡ଼-୧୯ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଛି । ମଙ୍ଗଳବାର ଦିନ ୩୬,୪୬୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଦିନ ୪୩,୮୯୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୭୨ଲକ୍ଷରେ ପହଞ୍ଚିସାରିଛି । ଗତକାଲି ତୁଳନାରେ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୪୩,୮୯୩ଟି ନୂଆ କେସ୍‌ ସାମ୍ନାକୁ ଆସିଛି । ସେହିପରି ୫୦୮ଜଣ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ୭୯,୯୦,୩୨୨ଜଣ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ଦେଶରେ ଏବେ ଯାଏଁ ୭୨,୫୯,୫୦୯ଜଣ ସୁସ୍ଥ ହୋଇସାରିଥିବା ବେଳେ ଗତ ୨୪ଘଣ୍ଟାରେ ୫୮,୪୩୯ଜଣ କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି । ଏମାନେ ସମସ୍ତେ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି ।

ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ସଂଖ୍ୟା ଓ ଆକ୍ଟିଭ୍‌ କେସ୍‌ ମଧ୍ୟରେ ଅନେକ ପାର୍ଥ୍ୟକ ରହିଛି । ସୁସ୍ଥ ଗ୍ରାଫ ବଢିବାରେ ଲାଗିଛି । ଦେଶରେ କୋଭିଡ଼ -୧୯ରେ ଆକ୍ଟିଭ୍‌ କେସ୍‌ ୭ଲକ୍ଷରେ ରହିଛି । ବର୍ତ୍ତମାନ ସୁଦ୍ଧା ୬,୧୦,୮୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୧୫,୦୫୪ଟି କେସ୍‌ ହ୍ରାସ ପାଇଛି । ସେହିପରି ଏବେ ଯାଏଁ ଦେଶରେ କରୋନାରେ ୧,୨୦,୦୧୦ଲୋକଙ୍କ ମୃତ୍ୟୁ ହୋଇସାରିଛି ।

   Related Posts