Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରାଜ୍ୟରେ ଚିହ୍ନଟ ହେଲେ ୪୩୫୬ କରୋନା ସଂକ୍ରମିତ, ୨୦୫୪୫୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

26/09/2020 at 11:04 AM

ଭୁବନେଶ୍ବର ୨୬।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୫୪୫୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୯୭ଜଣ, ବାଲେଶ୍ବର ଜିଲ୍ଲାରୁ ୧୯୪ଜଣ, ବରଗଡ଼ ଜିଲ୍ଲାରୁ ୧୦୬ଜଣ, ଭଦ୍ରକ ଜିଲ୍ଲାରୁ ୧୨୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୪୯ଜଣ, କଟକ ଜିଲ୍ଲାରୁ ୪୦୯ଜଣ, ଦେଓଗଡ଼ ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୪ଜଣ, ଗଜପତି ଜିଲ୍ଲାରୁ ୨୦ଜଣ, ଗଞ୍ଜାମ ଜିଲ୍ଲାରୁ ୬୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୭୧ଜଣ, ଯାଜପୁର ଜିଲ୍ଲାରୁ ୧୩୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୭୧ଜଣ, କନ୍ଧମାଳ ଜିଲ୍ଲାରୁ ୯୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୯ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୦୨ଜଣ, କୋରାପୁଟ ଜିଲ୍ଲାରୁ ୮୨ଜଣ, ମାଲକାନଗିରି ଜିଲ୍ଲାରୁ ୨୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୮ଜଣ, ନୟାଗଡ଼ ଜିଲ୍ଲାରୁ ୫୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୭୩ଜଣ, ପୁରୀ ଜିଲ୍ଲାରୁ ୧୬୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୮୧ଜଣ, ସୋନପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧ଜଣ, ଷ୍ଟେଟ ପୁଲ୍‌ରୁ ୩୨୬ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୫୪୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୯୧୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୬୫୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୦୬୨୭୧୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts