ରାଜ୍ୟରେ ଚିହ୍ନଟ ହେଲେ ୪୩୪୦ କରୋନା ସଂକ୍ରମିତ, ୧୯୬୮୮୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | September 24, 2020 IST

ଭୁବନେଶ୍ବର ୨୪।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୬୮୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୧୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

{"id":333801,"sizeSlug":"large"}

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୫୫ଜଣ, ବାଲେଶ୍ବର ଜିଲ୍ଲାରୁ ୧୬୨ଜଣ, ବରଗଡ଼ ଜିଲ୍ଲାରୁ ୧୦୮ଜଣ, ଭଦ୍ରକ ଜିଲ୍ଲାରୁ ୧୦୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୩ଜଣ, ବୌଦ୍ଧ ଜିଲ୍ଲାରୁ ୬୭ଜଣ, କଟକ ଜିଲ୍ଲାରୁ ୫୬୭ଜଣ, ଦେଓଗଡ଼ ଜିଲ୍ଲାରୁ ୨୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୬ଜଣ, ଗଜପତି ଜିଲ୍ଲାରୁ ୧୯ଜଣ, ଗଞ୍ଜାମ ଜିଲ୍ଲାରୁ ୯୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୯୩ଜଣ, ଯାଜପୁର ଜିଲ୍ଲାରୁ ୧୫୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୭୪ଜଣ, କଳାହାଣ୍ଡି ଜିଲ୍ଲାରୁ ୫୮ଜଣ, କନ୍ଧମାଳ ଜିଲ୍ଲାରୁ ୧୪୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦୯ଜଣ, କେନ୍ଦୁଝର ଜିଲ୍ଲାରୁ ୯୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୫୩ଜଣ, କୋରାପୁଟ ଜିଲ୍ଲାରୁ ୭୭ଜଣ, ମାଲକାନଗିରି ଜିଲ୍ଲାରୁ ୩୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪୩ଜଣ, ନୟାଗଡ଼ ଜିଲ୍ଲାରୁ ୮୪ଜଣ, ନୂଆପଡ଼ା ଜିଲ୍ଲାରୁ ୭୪ଜଣ, ପୁରୀ ଜିଲ୍ଲାରୁ ୨୦୩ଜଣ, ରାୟଗଡ଼ା ଜିଲ୍ଲାରୁ ୬୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୦ଜଣ, ସୋନପୁର ଜିଲ୍ଲାରୁ ୧୨୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୮ଜଣ, ଷ୍ଟେଟ ପୁଲ୍‌ରୁ ୧୬୪ଜଣ ରହିଛନ୍ତି ।

wp:html /wp:html wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୬୮୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୮୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୭୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୫୬୩୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.