Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

କଟକ ସହରରୁ ଆଉ ୪୩ ନୂଆ କରୋନା ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତ ୧୧

1/08/2020 at 4:52 PM

କଟକ, ୦୧|୦୮: କଟକ ସହରରୁ ଆଉ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୩୨ଟି କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୧୧ଟି ସ୍ଥାନୀୟ ସଂକ୍ରମଣ ରହିଛି ।

ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ସରକାରୀ କ୍ୱାରେଣ୍ଟାଇନରେ ଥିବା ବେଳେ ୨୭ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୧୧ଜଣ ସ୍ଥାନୀୟ ସଂକ୍ରମିତ ହେଲେ ସୂତାହାଟର ୪୭ ବର୍ଷୀୟ ବ୍ୟକ୍ତି, ବକ୍ସିବଜାରର ୩୬ ବର୍ଷୀୟ ବ୍ୟକ୍ତି, ତେଲେଙ୍କା ବଜାରର ୪୭ ବର୍ଷୀୟ ବ୍ୟକ୍ତି । ସେହିପରି ମଧୂପାଟଣାରୁ ୨୩ ବର୍ଷୀୟ କରୋନା ଯୋଦ୍ଧା, ଶଗଡିଆ ସାହିରୁ ୫୦ ବର୍ଷୀୟା ମହିଳା, ସାମନ୍ତ ସାହିରୁ ୫୫ ବର୍ଷୀୟ ବୃଦ୍ଧ  ବିଡାନାସୀରୁ ୩୯ ବର୍ଷୀୟା ମହିଳା, ବକ୍ସି ବଜାରର ୩୦ ବର୍ଷୀୟ କରୋନା ଯୋଦ୍ଧା, ସାମନ୍ତ ସାହିରୁ ୪୪ ବର୍ଷୀୟା ମହିଳା, ବେହେରା ସାହିର ୩୨ ବର୍ଷୀୟ ମହିଳା ଓ ମହାନଦୀ ବିହାରର ଜଣେ ୪୨ ବର୍ଷୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ଏବେସୁଦ୍ଧା କଟକ ସହରରେ ୯୪୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭୮ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ ଜଣ ପ୍ରାଣ ହରାଇଛନ୍ତି ଓ ୪୬୧ଟି ସକ୍ରିୟ କେସ୍ ରହିଛି ।

   Related Posts