Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭୂମଧ୍ୟସାଗର ଅତିକ୍ରମ କରୁଥିବା ବେଳେ ଟ୍ୟୁନିସିଆ ନିକଟରେ ଓଲଟିଲା ବୋଟ୍, ବୁଡିଗଲେ ୪୩ ପ୍ରବାସୀ

3/07/2021 at 10:54 PM

ଟ୍ୟୁନିସିଆ ୦୩।୦୭: ଭୂମଧ୍ୟସାଗର ଅତିକ୍ରମ କରି ଲିବ୍ୟାରୁ ଇଟାଲୀ ଯାଉଥିବା ବେଳେ ଟ୍ୟୁନିସିଆ ନିକଟରେ ବୋଟ୍ ବୁଡି ଯିବାରୁ ଅତି କମରେ ୪୩ ଜଣ ବୁଡି ଯାଇଛନ୍ତି। ଏହି ଘଟଣାରେ ୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଟ୍ୟୁନିସିଆ ରେଡ୍ କ୍ରିସେଣ୍ଟ ଶନିବାର ରିଅଟର୍ସକୁ ଏହାର ସୂଚନା ଦେଇଛନ୍ତି।

ବୋଟ୍‌ଟି ଲିବ୍ୟାର ଉତ୍ତର ଦକ୍ଷିଣ ଜୁଓ୍ଵାରା କୂଳରୁ ଇଜିପ୍ଟି, ସୁଦାନ, ଇରିଟ୍ରିଆ ଓ ବାଂଲାଦେଶର ପ୍ରବାସୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା ବୋଲି ମାନବାଧିକାର ସଂଗଠନ ସୂଚନା ଦେଇଛନ୍ତି। ନିକଟ ଦିନରେ ଟ୍ୟୁନିସିଆ କୂଳରେ ଅନେକ ବୋଟ୍ ଦୁର୍ଘଟଣା ଘଟିଛି। ଯେମିତି ଯେମିତି ପାଣିପାଗରେ ସୁଧାର ଆସିଲା, ଟ୍ୟୁନିସିଆ ଓ ଲିବ୍ୟାରୁ ଇଟାଲୀ ଅଭିମୁଖେ ଯାତ୍ରା ବୃଦ୍ଧି ଘଟିବାରେ ଲାଗିଛି।

ରେଡ୍ କ୍ରିସେଣ୍ଟର ଅଧିକାରୀ ମୋଙ୍ଗି ସ୍ଲିମ୍ କହିଛନ୍ତି, ନୌସେନା ଏହି ବୋଟ୍ ବୁଡି ଦୁର୍ଘଟଣାରେ ୮୪ ପ୍ରବାସୀଙ୍କୁ ଉଦ୍ଧାର କରିଛନ୍ତି। ନିକଟ ବର୍ଷରେ ହଜାର ହଜାର ସଂଖ୍ୟାରେ ଲୋକ ବିପଦଜ୍ଜନକ ଭୂମଧ୍ୟସାଗର ଅତିକ୍ରମ କରି ପଳାୟନ କରୁଛନ୍ତି। ଏଥିରେ ଅଧିକାଂଶ ଆଫ୍ରିକା ଓ ମଧ୍ୟ ପୂର୍ବରେ ବସବାସ କରୁଥିବା ଗରିବି ସାମିଲ। 

   Related Posts