ଇଣ୍ଡୋନେସିଆରେ ସୁନାମି ; ୪୩ଜଣ ମୃତ, ୬୦୦ରୁ ଅଧିକ ଆହତ

Published By : Prameya-News7 Bureau | December 23, 2018 IST

ଜାକାର୍ତ୍ତା ୨୩|୧୨: ଶନିବାର ଦିନ ଇଣ୍ଡୋନେସିଆରେ ପୁଣି ଥରେ ସୁନାମି ତାଣ୍ଡବ ରଚିଛି । ଆଗ୍ନେୟ ଉଦଗିରଣ ପରେ ସୁନାମି ଆସିଛି । ସୁନାମି ପ୍ରଭାବରେ ପ୍ରାୟ ୪୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୁନାମି ଯୋଗୁଁ ଜାନମାଲରେ ବ୍ୟାପକ କ୍ଷତି ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି ।

{"id":66390}

ସୂଚନା ଅନୁସାରେ ଶନିବାର ରାତି ୯ଟା ୩୦ରେ ସୁନାମି ଆସିଥିଲା । ସମୁଦ୍ର ଢେଉ ସବୁ ଦକ୍ଷିଣ ସୁମିତ୍ରା ଓ ଜାଭାର ପଶ୍ଚିମ ଅଗ୍ର ବେଳାଭୂମୀକୁ ମାଡି ଆସିବାରୁ ସବୁଆଡେ ଜଳମଗ୍ନ ହୋଇଯାଇଥିଲା । ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଶହ ଜଣ ଆହତ ହୋଇଛନ୍ତି । ଘରଦ୍ବାର ସବୁ ଭାଙ୍ଗିରୁଜି ଯାଇଛି । ଅନେକ ଲୋକ ନିଖୋଜ ମଧ୍ୟ ହୋଇଯାଇଛନ୍ତି ।

{"id":66396,"width":579,"height":387}

ଅଧିକାରୀଙ୍କ ସୂଚନା ଅନୁସାରେ କ୍ରାକାଟୋଆ ଆଗ୍ନେୟଗିରିର ‘ଚାଇଲ୍ଡ’ କୁହାଯାଉଥିବା ଅନକ ଆଗ୍ନେୟଗିରି ଯୋଗୁଁ ଏହି ସୁନାମି ଆସିଥିବା ଅନୁମାନ କରାଯାଉଛି । ଏହି ଦ୍ବୀପ କ୍ରାକାଟୋଆ ଆଗ୍ନେୟଗିରିର ଉଦଗୀରଣ ଫଳରେ ସୃଷ୍ଟି ହୋଇଥିଲା । ଗତ ଅକ୍ଟୋବରରେ ଶେଷଥର ପାଇଁ ଏହି ଆଗ୍ନେୟଗିରିରେ ଉଦଗୀରଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.