ଆଜି ରାଜଧାନୀରେ ଚିହ୍ନଟ ହେଲେ ୪୨୭ କରୋନା ଆକ୍ରାନ୍ତ, ସ୍ଥାନୀୟ ସଂକ୍ରମଣ କେସ୍‌ ଅଧିକ, ଚିନ୍ତାରେ ବିଏମସି

Published By : Prameya-News7 Bureau | September 09, 2020 IST

ଭୁବନେଶ୍ଵର ୦୯।୦୯: ରାଜ୍ୟରେ କରୋନା ସଂକ୍ରମଣ ଅହେତୁକ ଭାବେ ବଢିବାରେ ଲାଗିଛି। ଦୈନିକ ୩ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାରେ ଏବେ ଶୀର୍ଷରେ ରହିଛି ଖୋର୍ଦ୍ଧା। ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଚିନ୍ତାର ବିଷୟ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ କେସ୍ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜଧାନୀରେ ୪୨୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା କେସ୍‌ ୧୪୪୯୨ରେ ପହଞ୍ଚିଛି। ଭୁବନେଶ୍ଵର ମହାନଗର ନିଗଗ(ବିଏମସି) ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

wp:html /wp:html

ବିଏମସି ଅନୁଯାୟୀ ୪୨୭ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୧ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ମାମଲା ୨୩୬ ରହିଛି। ସଙ୍ଗରୋଧ କେସ୍‌କୁ ପାର କରିଛି ସ୍ଥାନୀୟ ସଂକ୍ରମଣ। ଏହି ପରି ରାଜଧାନୀରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ମାମଲା ବଢିବାରେ ଲାଗିଛି, ଯାହା ବିଏମସି ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ବିଷୟ ପାଲଟିଛି।

ଅନ୍ୟପଟେ ଆଶ୍ଵସ୍ତିକର ଖବର ଗତ ୨୪ ଘଣ୍ଟାରେ ୪୨୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆରୋଗ୍ୟଙ୍କ ସଂଖ୍ୟା ୯୩୫୦କୁ ବୃଦ୍ଧି ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨ ରହିଛି। ବିଭିନ୍ନ କୋଭିଡ୍  ହସ୍ପିଟାଲରେ ୫୦୭୭ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା  ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.