ରାଜ୍ୟରେ ଚିହ୍ନଟ ହେଲେ ୪୨୪୨ କରୋନା ସଂକ୍ରମିତ, ୧୮୪୧୨୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | September 21, 2020 IST

ଭୁବନେଶ୍ବର ୨୧।୯: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୨୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୪୧୨୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୦୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୦ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୫ଜଣ, ବରଗଡ଼ ଜିଲ୍ଲାରୁ ୧୧୪ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ଜଣ, ବୌଦ୍ଧ ଜିଲ୍ଲାରୁ ୪୫ଜଣ, କଟକ ଜିଲ୍ଲାରୁ ୫୯୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୧ଜଣ, ଗଜପତି ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୫୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୭୬ଜଣ, ଯାଜପୁର ଜିଲ୍ଲାରୁ ୧୩୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦୫ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ଜଣ, କନ୍ଧମାଳ ଜିଲ୍ଲାରୁ ୧୫୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୫ଜଣ, କେନ୍ଦୁଝର ଜିଲ୍ଲାରୁ ୬୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୫୨ଜଣ, କୋରାପୁଟ ଜିଲ୍ଲାରୁ ୯୦ଜଣ, ମାଲକାନଗିରି ଜିଲ୍ଲାରୁ ୬୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୪ଜଣ, ନୟାଗଡ଼ ଜିଲ୍ଲାରୁ ୫୩ଜଣ, ନୂଆପଡ଼ା ଜିଲ୍ଲାରୁ ୫୮ଜଣ, ପୁରୀ ଜିଲ୍ଲାରୁ ୧୮୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୩ଜଣ, ସୋନପୁର ଜିଲ୍ଲାରୁ ୧୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୩ଜଣ, ଷ୍ଟେଟ ପୁଲ୍‌ରୁ ୨୦୬ଜଣ ରହିଛନ୍ତି ।

wp:html /wp:html wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୮୪୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୬୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୧୪୭୩୪ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.