ରାଜ୍ୟର ୭ଟି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ନିଟ୍ ପରୀକ୍ଷା ଦେଲେ ୪୨ହଜାର ଛାତ୍ରଛାତ୍ରୀ

Published By : Prameya-News7 Bureau | May 20, 2019 IST

ଭୁବନେଶ୍ବର୨୦|୫: ରାଜ୍ୟ ଓ ଦେଶର ପ୍ରମୁଖ ମେଡିକାଲ କଲେଜର MBBS ଓ BDS ପାଠ୍ୟକ୍ରମରେ ନାମ ଲେଖାଇବାକୁ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍‌ସ ଟେଷ୍ଟ ବା ନିଟ୍‌ ପରୀକ୍ଷା ଦେଳେ ୪୨ହଜାର ଛାତ୍ରଛାତ୍ରୀ । ଭୁବନେଶ୍ବର, କଟକ ସମେତ ଅନୁଗୁଳ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଭଳି ୭ଟି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ  ହୋଇଥିବା ପରୀକ୍ଷା । କେବଳ ରାଜଧାନୀରେ ହୋଇଥିଲା ୨୬ଟି ସେଣ୍ଟର । ….

{"id":114074,"width":594,"height":333}

ସରିଲା ନିଟ୍‌ ପରୀକ୍ଷା । ରାଜ୍ୟର ୭ଟି ସହରରେ କରାଯାଇଥିବା କେନ୍ଦ୍ରରେ ପରୀକ୍ଷା ଦେଲେ ପ୍ରାୟ ୪୨ହଜାର ଛାତ୍ରଛାତ୍ରୀ । ରାଜ୍ୟ ଓ ଦେଶର ପ୍ରମୁଖ ମେଡିକାଲ କଲେଜର MBBS ଓ BDS ପାଠ୍ୟକ୍ରମରେ ନାମ ଲେଖାଇବାକୁ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍‌ସ ଟେଷ୍ଟ ବା ନିଟ୍‌ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ବରରେ ୨୬ଟି ସେଣ୍ଟର ପରୀକ୍ଷା ହୋଇଥିଲା ।

{"id":114075,"width":597,"height":334}

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ କଡ଼ା ଯାଂଚର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଜୋତା, ହାତଘଣ୍ଟା, ରବରବ୍ୟାଣ୍ଡ ଆଦିକୁ ବାରଣ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପରୀକ୍ଷା କେନ୍ଦ୍ରରେ ପିଇବା ପାଣି ସହ ଫ୍ୟାନ୍‌ , କୁଲର ବ୍ୟବସ୍ଥା କରାଯାଇଥିଲା । ସକାଳ ୯ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । ଭଲ ପ୍ରଶ୍ନ ଆସିଥିବାରୁ ପରୀକ୍ଷାରେ ଭଲ ର୍ୟାଙ୍କ ରଖିବାକୁ ଆଶାବାଦୀ ଅଛନ୍ତି ଛାତ୍ରଛାତ୍ରୀ ।

{"id":114076,"width":594,"height":335}

ମେ’ ୫ରେ ହେବାକୁ ଥିବା ନିଟ୍‌ ପରୀକ୍ଷାକୁ ଫୋନି ଯୋଗୁଁ ୧୫ ଦିନ ଘୁଞ୍ଚାଇ ଦିଆଯାଇଥିଲା ।  

{"id":114077,"width":597,"height":330}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.