Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଧରାପଡିଗଲା ମ୍ୟାଡମ୍‌ଙ୍କ ମିଛ : ଜାଲ୍ ସାର୍ଟିଫିକେଟ୍‌ରେ ୧୩ବର୍ଷ ଚାକିରୀ, ଫେରାର ଅଧ୍ୟାପିକାଙ୍କୁ ଖୋଜୁଛି ପୋଲିସ

18/06/2021 at 12:37 PM

ଉଦଳା ୧୮।୬: ଉଚ୍ଚ ଶିକ୍ଷା ବିଭାଗ ଆଖିରେ ଆଙ୍ଗୁଳି ଗେଞ୍ଜି ଦୀର୍ଘ ୧୩ ବର୍ଷ ହେବ ଜାଲ୍ ସାର୍ଟିଫିକେଟରେ ଚାକିରୀ କରିଥିବା 420 ଅଧ୍ୟାପିକାଙ୍କ ପାଇଁ ବଢିଛି ଅଡୁଆ । ଏବେ ଗିରଫ ହେବେ 420 ଅଧ୍ୟାପିକା ଅଭୀପସା ପଟ୍ଟନାୟକ । ସମସ୍ତଙ୍କୁ ଚୂନ ଲଗାଇ ଜାଲ ସାର୍ଟିଫିକେଟରେ ଦୀର୍ଘ ୧୩ ବର୍ଷ ହେବ ଚାକିରୀ କରିଥିଲେ । ହେଲେ ଉଚ୍ଚ ଶିକ୍ଷା ବିଭାଗର ଭେରିଫିକେସନରେ ମ୍ୟାଡାମଙ୍କ ଜାଲିଆତି ଧରାପଡିଯିବା ପରେ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଖୁଣ୍ଟା ଡିଗ୍ରୀ କଲେଜରେ ୨୦୦୭ ମସିହାରୁ କାର୍ଯ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭୀପସା ପଟ୍ଟନାୟକ ଜାଲ୍ ସାର୍ଟିଫିକେଟରେ ଚାକିରୀ କରିଥିଲେ । ଯାହା ଉଚ୍ଚ ଶିକ୍ଷା ବିଭାଗ ତଦନ୍ତରେ ଜାଣିବାକୁ ପାଇବା ପରେ ତାଙ୍କୁ ଚାକିରୀରୁ ବହିଷ୍କାର କରିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ କପ୍ତିପଦା ଉପଖଣ୍ଡକୁ ନିର୍ଦ୍ଦେଶ ଦେଇଥିଲେ । ଉପଜିଲ୍ଲାପାଳ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଆଧାରରେ ତୁରନ୍ତ ସଂପୃକ୍ତ 420 ଅଧ୍ୟାପିକା ଅଭୀପସା ପଟ୍ଟନାୟକଙ୍କୁ ଚାକିରୀରୁ ବହିଷ୍କାର କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେଜ ପ୍ରିନ୍ସିପାଲଙ୍କୁ ଚିଠି କରିଥିଲେ ।

ସେହି ଆଧାରରେ 420 ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରାଯିବା ପରେ ଏବେ ତାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଜାଲି ସାର୍ଟିଫିକେଟରେ ଚାକିରୀ କରିବା ସହିତ କଲେଜ ଟଙ୍କାରୁ ଦରମା ଆକାରରେ ଲକ୍ଷାଧିକ ଟଙ୍କା ମଧ୍ୟ ଲୁଟି ନେଇଛନ୍ତି ଏହି ଅଧ୍ୟାପିକା ଜଣକ । ଜାଲି ଅଧ୍ୟାପିକାଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଅଧ୍ୟାପିକାଙ୍କୁ ଖୋଜୁଛି । 420 ଅଧ୍ୟାପିକା ଅଭୀପସା ପଟ୍ଟନାୟକଙ୍କ ଜାଲିଆତି ଧରାପଡିବା ପରେ ସେ ନିଜ ଆଡୁ ଇସ୍ତଫା ଦେଇ କଲେଜରୁ ଛୁ ମାରିଥିଲେ । 

   Related Posts