ଆଜି ଗୋଟିଏ ଦିନରେ ନନ୍ଦନ କାନନ ବୁଲିଲେ ୪୨ ହଜାର ପର୍ଯ୍ୟଟକ, ଗତ ବର୍ଷଠାରୁ ଢେର ଅଧିକା

Published By : Prameya-News7 Bureau | January 01, 2019 IST

ଭୁବନେଶ୍ବର ୧|୧: ନୂଆ ବର୍ଷରେ ନନ୍ଦନକାନନ ବୁଲିଲେ ରେକଡ ସଂଖ୍ୟକ ପର୍ଯ୍ୟଟକ । ନୂଆ ବର୍ଷର ମଜାଉଠାଇବାକୁ ମଙ୍ଗଳ ବାର ଅପରାହ୍ନ ୪ଟା ସୁଦ୍ଧା ପ୍ରାୟ ୪୨ ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲି ଥିବା ରେକର୍ଡ କରାଯଇଛି । ଚଳିତ ବର୍ଷ  ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଠାରୁ ସ୍ଥାନୀୟ ପର୍ଯ୍ୟଟକ ଙ୍କ ସଂଖ୍ୟା  ବିଶେଷ ବୃଦ୍ଧି ପାଇଛି। 

{"id":69525,"width":587,"height":335}

ଅଧିଂକାଶ ପର୍ଯ୍ୟଟକ ନନ୍ଦନକାନନ ବୁଲି ଜୀବଜନ୍ତୁଙ୍କୁ ଦେଖିବା ସହ ବାଘ ସଫାରୀ,ଭାଲୁ ସଫାରୀ,ସିଂହ ସଫାରୀ ଏବଂ ତୃଣଭୋଜି ସଫାରୀ ଦେଖିବାକୁ ବହୁତ ସମୟ ଧରି ଧାଢିବାନ୍ଧି ଛିଡା ହୋଇ ଥିବା ଦେଖିବାକୁ ମିଳିଥିଲା। ସେହି ପରି ବୋଟିଂ ମଜା ଉଠାଇବାକୁ  ବହୁସମୟ ଧରି ଅପେକ୍ଷା କରିବା ଦେଖାଯଇଛି।

{"id":69520,"width":590,"height":398}

ଚଳିତ ବର୍ଷ ଅପରାହ୍ନ ୪ ସୁଦ୍ଧା ୪୨ ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲିଥିବା ଦେଖିବାକୁ ମିଳିଥିଲା ଯାହାକି ଗତବର୍ଷ ଠାରୁ  ଜଥେଷ୍ଟ ଅଧିକ। ଗତ ବର୍ଷ ଆଜିର ଦିନରେ ୩୬ ହଜାର ପର୍ଯ୍ୟଟକ ଆସିଥିବାବଳେ ଚଳିତ ବର୍ଷ ୪୫ ହଜାରରୁ ଅଧିକ ପର୍ଯ୍ୟଟକ  ଆସିଛନ୍ତି ।ସମଗ୍ର ଓଡିଶାରେ ଏବେ ଶୀତର ପ୍ରକୋପ ଜାରିରହିଥିବାବଳେ ସକାଳୁ ସକାଳୁ ନନ୍ଦନକାନନ ଗେଟ ସମୁଖରେ ଭିଢ ବଢିଯାଇ ଲମ୍ବାଲମ୍ବା ଧାଢି ଦେଖାଯାଇ ଥିଲା।

{"id":69521,"width":587,"height":329}

ପର୍ଯ୍ୟଟକମାନେ ବିଶେଷ କରି ନନ୍ଦନକାନନ ବୁଲିବୁଲି ବିଭିନ୍ନ ଜନ୍ତୁ ଦେଖିବାରେ ବେଶ ମଜା ଉଠାଇଥିଲେ। ବିଶେଷ କରି କଳା ବାଘ  ଦେଖିବା ପାଇଂ ପର୍ଯ୍ୟଟକଙ୍କ ଆଗ୍ରହ ବଢିଥିଲା। ସେହି ପରି ପକ୍ଷୀ ଖୁଆଡ, ଜିରାଫ ଖୁଆଡ, ସିମ୍ପାଜୀ ,  ବଣମଣିଷ ଖୁଆଡରେ ବିଶେଷ ଭାବେ ଭିଡ ଲାଗି ରହିଥିଲା। ସରିସୃପ ପାର୍କରେ ଭିଡ ବଢିଯିବାରୁ ଅଧିକାଂଶ ପର୍ଯ୍ୟଟକ ସରସୃପ ଖୁଆଡ ବୁଲି ପାରିନଥିଲେ। 

{"id":69522}

ବାଘ ,ଭାଲୁ,ସିଂହ ଏବଂ ତୃଣଭୋଜି ସଫାରି ବୁଲିବାକୁ ଲମ୍ବାଲମ୍ବା ଧାଢିରେ ଲୋକେ ଦୀର୍ଘ ସମୟ ଧରି ଛିଡା ହେବାକୁ ପଡୁଥିଲା। ସେହିପରି ବୋଟିଂ କରି ବେଶ ମଜା ଉଠାଉଥିଲେ ଦର୍ଶକ।  ନନ୍ଦନକାନନରେ ନୂଆ ବର୍ଷ ପାଳନ କରିବାରେ ବେସି ଖୁସୀ ଅନୁଭବ କରିଛନ୍ତି ପର୍ଯ୍ୟଟକ ।

{"id":69523,"width":588,"height":392}

ତିନି ପ୍ଲାଟୁନ ପୋଲିସ ,ଓଡ୍ରାଫ ଟିମ,ଏବଂ ସ୍ବଚ୍ଛାସେବୀଙ୍କ ମାଧ୍ୟମରେ ଅସାମଜିକ ଗତିବିଧି ରୋକିବା ସହ ଟ୍ରାଫିକ ନିୟନ୍ତ୍ରଣ କରିବା ଏବଂ ବୋଟିଁ କରୁଥିବା ପର୍ଯ୍ୟ।ଟକ ଙ୍କୁ ସତର୍କତା ସହ ଜଗିରହିବା ଉପରେ କତୃପକ୍ଷ ଗୁରୁତ୍ବ ଦେଇଥିଲେ ବୋଲି କହଛିନ୍ତି ଉପନିର୍ଦଶେକ ଜୟନ୍ତ କୁମାର ଦାସ

{"id":69524,"width":589,"height":422}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.