Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଭୁବନେଶ୍ୱରରେ ବେଶୀ କରୋନା ଡର, ବିଭିନ୍ନ ଅଞ୍ଚଳ ସିଲ୍‌ : ୪୨ହଜାରରୁ ଅଧିକ ଲୋକ କ୍ୱାରେଣ୍ଟାଇନ୍‌

9/04/2020 at 1:14 PM

ଭୁବନେଶ୍ୱର ୦୯।୦୪: ରାଜ୍ୟରେ କରେନା ସଂକ୍ରମିତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ତେବେ ୪୪ଜଣଙ୍କ ମଧ୍ୟରୁ ୩୫ଜଣ ଭୁବନେଶ୍ୱରରେ ରହୁଛନ୍ତି । ତେବେ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଏହାକୁ ଆୟତ୍ତ କରିବା ପାଇଁ ରାଜଧାନୀର ୫ଟି ପ୍ରମୁଖ ଅଞ୍ଚଳକୁ ସିଲ୍‌ କରାଯାଇଛି । ସତ୍ୟନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ପୂର୍ବରୁ ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ସତ୍ୟନଗରର ୩ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଛି । ଏଣୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ବିଶୋଧନ ସହ ଘରକୁ ଘର ବୁଲି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅଞ୍ଚଳକୁ ସିଲ୍‌ କରାଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ସତ୍ୟନଗର ଅଞ୍ଚଳର ମୋଟ ୪ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ୪ ଜଣ ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଣୁ ବିପର୍ଯ୍ୟୟ ପରିଚାଳନା ନିୟମ-୨୦୦୫ ଅନୁସାରେ ସତ୍ୟନଗରକୁ ସିଲ୍‌ କରାଯାଇଛି ବୋଲି ଶ୍ରୀ ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସତ୍ୟନଗରରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ତୋଷାଳୀ ଭବନ ସମ୍ମୁଖରେ ଥିବା ଓମ୍‌ଫେଡ୍‌ ଷ୍ଟଲ୍‌କୁ ନିୟମିତ ଯାଉଥିଲେ । ଏଣୁ ଗତ ୧୪ଦିନ ଭିତରେ ଏଠାକୁ ଯାଇଥିବା ଲୋକେ ନିଜେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖନ୍ତୁ ଓ କରୋନାର କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ୧୦୪କୁ ଫୋନ୍‌ କରନ୍ତୁ ବୋଲି ବିଏମ୍‌ସି ପକ୍ଷରୁ ଅପିଲ୍‌ କରାଯାଇଛି । ସତ୍ୟନଗର ଅଞ୍ଚଳରୁ ବିଗବଜାର ରାସ୍ତାର ଉତ୍ତର ପାଶ୍ୱର୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍‌ ହୋଇଛି । ସତ୍ୟନଗର ଛକରୁ କାଳୀମନ୍ଦିର ଛକ, କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର୍‌, ପତଞ୍ଜଳି ଷ୍ଟୋର୍‌ ପାଖରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସ ଓ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସଠାରୁ ସତ୍ୟନଗର ଛକ ଦେଇ ମିଶନାରୀ ଅଫ୍‌ ଚାରିଟି ଓ ଆକ୍ସିସ୍‌ ବ୍ୟାଙ୍କ ଅଞ୍ଚଳକୁ ସିଲ୍‌ କରାଯାଇଛି । ପୁଣି ସତ୍ୟନଗରରୁ ବିଗ୍‌ବଜାରର ଦକ୍ଷିଣ ପାଶ୍ୱର୍ ରାସ୍ତା ଓ ପୂର୍ତ୍ତ ବିଭାଗର ସବ୍‌ଡିଭିଜନ୍‌-୩ ଅଫିସ୍‌ ଓ କ୍ୱାର୍ଟର୍ସ କମ୍ପେ୍ଲକ୍ସ ସିଲ୍‌ ହୋଇଛି । ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ଏହି ଅଞ୍ଚଳକୁ ପ୍ରବେଶ ଓ ଏଠାରୁ ବାହାରିବା ଉପରେ କଟକଣା ଲଗାଯାଇଛି । ସମସ୍ତଙ୍କ ଘର ପାଖରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ ।

ସିଲ୍‌ ହୋଇଥିବା ସତ୍ୟନଗର ଅଞ୍ଚଳରେ ୨୫୪୯ ପରିବାର ରହୁଛନ୍ତି । ଏଠାରେ ମୋଟ ଜନସଂଖ୍ୟା ୧୧ ହଜାର ୫୦୦। ସବୁ ଲୋକେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଘରେ ରହିବେ । କେହି ଘରୁ ବାହାରିବେନି । ଅଞ୍ଚଳରେ ଥିବା ସବୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ସମସ୍ତ ଦୋକାନ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ଅଞ୍ଚଳକୁ ସିଲ୍‌ କରାଯିବା ପରେ ଏହାକୁ ତତ୍କାଳ ବିଶୋଧନ କରାଯାଉଛି । ଏହାସହ ପ୍ରତି ଘର ଘର ବୁଲି ସର୍ଭେ କରାଯାଉଛି । ଫ୍ଲୁ ଭଲି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ପ୍ରତିଦିନ ମୋଟ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚି ଲକ୍ଷଣ ଦେଖାଦେଉଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛୁ ବୋଲି ବିଏମ୍‌ସି କମିଶନର କହିଛନ୍ତି । ଏବେ ସୁଦ୍ଧା ସୂର୍ଯ୍ୟନଗର, ବମିଖାଲ, ଯଦୁପୁର ଓ ବେଗୁନିଆ ଗାଁ, ସୁନ୍ଦରପଦା ଓ ଆଜାଦନଗର ଅଞ୍ଚଳ, ଆଇବି ଅଫିସ୍‌ ସମେତ ଆଜି ସତ୍ୟନଗରକୁ ସିଲ୍‌ କରାଯାଇଛି । ଏହି ନିଷିଦ୍ଧାଞ୍ଚଳରେ ରାଜଧାନୀର ମୋଟ ୪୨ ହଜାର ୭୪୮ଜଣ ଲୋକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ  ରାଜ୍ୟରେ ୨୮୪୧ଟି ନମୁନା କରୋନା ପରୀକ୍ଷା ପାଇଁ ପଠାଯାଇଛି । ତେବେ ପରୀକ୍ଷା ହୋଇଥିବା ୪ ଶହ ନମୁନା ମଧ୍ୟରୁ କୌଣସି ରିପୋର୍ଟ ପଜିଟିଭ୍‌ ଆସିନି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି ଯେ ଆଜିସୁଦ୍ଧା ମୋଟ ୪୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପଜିଟିଭ୍‌ଙ୍କ ଭିତରୁ ଭୁବନେଶ୍ୱରରୁ ସର୍ବାଧିକ ୩୫ ଜଣ ଅଛନ୍ତି । ବମିଖାଲରୁ ସର୍ବାଧିକ ୧୪ ଜଣ, ସୂର୍ଯ୍ୟନଗରରୁ ୮, ସତ୍ୟନଗରରୁ ୪, ସହିଦନଗର, ଝାରପଡା, ବଡଗଡ଼, ୟୁନିଟ-୪, ୟୁନିଟ୍‌-୫, କପିଳପ୍ରସାଦ, ଜିମଖାନା ହାଇଟସ୍‌ ଓ ବିଜେବି ନଗରରୁ ଜଣେ ଲେଖାଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୩ ଜଣ ଅଛନ୍ତି । କଟକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ, କେନ୍ଦ୍ରାପଡା ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏମସ୍‌ରେ ଚିକିତ୍ସାଧୀନ ରାଜ୍ୟରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି ।

   Related Posts