ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ୪୨ଟି ଓଡ୍ରାଫ୍ ଟିମ୍‌, ୨୪ଟି ଏନ୍‌ଡିଆର୍‌ଏଫ୍ ଏବଂ ୧୦୩ଟି ଅଗ୍ନିଶମ ଟିମ୍ ନିୟୋଜିତ

Published By : Prameya-News7 Bureau | September 26, 2021 IST

ଭୁବନେଶ୍ୱର, ୨୬/୦୯: ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ଗଣାଧ୍ୟମକୁ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା କୌଣସି ବିଶେଷ କ୍ଷୟକ୍ଷତି ସୂଚନା ପ୍ରାପ୍ତ ହୋଇନାହିଁ ବୋଲି ସେ କହିଛନ୍ତି । ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମଧ୍ୟ ଏଥିରେ କହିଛନ୍ତି ।

ବାତ୍ୟା ପରବର୍ତ୍ତୀ ପଦକ୍ଷେପ ପାଇଁ ୪୨ଟି ଓଡ୍ରାଫ୍ ଟିମ୍‌କୁ ନିୟୋଜିତ କରାଯାଇଛି । ଏହାଛଡ଼ା ୨୪ଟି ଏନ୍‌ଡିଆର୍‌ଏଫ୍ ଏବଂ ୧୦୩ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.