Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ

19/09/2021 at 12:22 PM

ପାଟଣା, ୧୯।୦୯ : କେନ୍ଦୁଝର ଜିଲା ପାଟଣା ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ବଣ ମହୁଲଡିହା ଗ୍ରାମ ଦଲକି ସାହିର ୪୨ପରିବାର ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ । କାଠପୋଲ ଭାସିଯିବାରୁ ଏପରି ସ୍ଥିତି ଉପୁଜିଛି ।

ସୂଚନାନୁସାରେ,  ବଣ ମହୁଲଡିହାରୁ ଦଲକୀ ସାହିକୁ ସଂଯୋଗ କରୁଥିବା ଫରେଷ୍ଟ ରାସ୍ତା ଉପରେ ବନ ବିଭାଗ ପକ୍ଷରୁ ଏକ କାଠ ପୋଲ ନିର୍ମାଣ କରାଯାଇଥିଲା। ଅସ୍ଥାୟୀ କାଠ ପୋଲଟି  ଲଗାଣ ବର୍ଷା ପରେ ଭାସି ଯାଇଛି । ଫଳରେ ଦଲକୀ ସାହିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସାହିର ୪୨ ପରିବାରର  ପ୍ରଭାବିତ ହେବା ସହ  ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ।

ଉକ୍ତ ସାହିକୁ ଯାଇଥିବା ରାସ୍ତାଟି ବନବିଭାଗ  ଅଧିନରେ ଯାଉଥିବାରୁ ବ୍ଲକ ପ୍ରଶାସନ  ଉକ୍ତ ରାସ୍ତାକୁ ମରାମତି କିମ୍ବା ନିର୍ମାଣ କରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଯଥା ଶୀଘ୍ର  ବନବିଭାଗ ଉକ୍ତ ରାସ୍ତାକୁ କଂକ୍ରିଟ କରିବା ସହ ରାସ୍ତା ଉପରେ  ପୋଲ ନିର୍ମାଣ କରିବାକୁ ଦଲକି ସାହି ବାସୀ ଦାବି କରିଛନ୍ତି  ।

   Related Posts