ଗଞ୍ଜାମ କୋଭିଡ଼ ପଜିଟିଭ୍‌ଙ୍କ ତଥ୍ୟ : ୧୨ଜଣ କରୋନା ଯୋଦ୍ଧା ସଂକ୍ରମିତ

Published By : Prameya-News7 Bureau | June 19, 2020 IST

ବ୍ରହ୍ମପୁର ୧୯।୦୬: ଗଞାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ଗଞ୍ଜାମରେ ଜିଲ୍ଲାରେ ପୁଣି ୪୨ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ମୋଟ ୭୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୧ଟି ଆକ୍ଟିଭ୍‌ କେସ୍‌ ରହିଛି । ସେହିପରି ୬୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ୬ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।

wp:html /wp:html

ଆଜି ଚିହ୍ନଟ ହୋଇଥିବା ୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ କରୋନା ଯୋଦ୍ଧା ରହିଛନ୍ତି । ଶେରଗଡ ର ୮ ଜଣ, ସାନଖେମୁଣ୍ଡି ର ୨ ଜଣ, ଆସିକା ର ଜଣେ ଓ ଛତ୍ରପୁର ର ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ସେହିପରି ପ୍ରବାସୀ ଓଡିଆ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨୭ ଜଣ ଜିଲ୍ଲାର ବିଭିନ୍ନ ବ୍ଳକ୍ ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ଯଥାକ୍ରମେ ଆସିକାର ଜଣେ, ବେଗୁନିଆପଡା ର ଜଣେ, ବେଲଗୁଣ୍ଠା ର ୩, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ୩ ଜଣ, ଭଞ୍ଜନଗର ର ୨ ଜଣ, ଛତ୍ରପୁର ର ଜଣେ, ଖଲ୍ଲେକୋଟ୍ ର ୪ ଜଣ, କୁକୁଡାଖଣ୍ଡି ର ୨ ଜଣ, ପୁରୁଷୋତ୍ତମପୁର ର ୨ ଜଣ, ସାନଖେମୁଣ୍ଡି ର ୭ ଜଣ, ଶେରଗଡ ର ଜଣେ ବୋଲି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.